ଲଣ୍ଡାବାଉଁଶ ଗ୍ରାମରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର
ଛତ୍ରପୁର, (ଦେବଦତ୍ତ ମହାରଣା) :-ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଲଣ୍ଡାବାଉଁଶ ଗ୍ରାମରେ ସମଝୋଳ ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟ ଓ ଯୁବକ ସଂଘର ମିଳିତ ଆନୁକୂଲ୍ୟରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥୀ ଭାବେ ଭିକାରୀପଲ୍ଲୀ ସରପଞ୍ଚ ମମତା ସୁବୁଦ୍ଧି ଯୋଗାଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ରୋଗୀମାନଙ୍କୁ ଉତ୍ତମ ଚିକିତ୍ସା ପ୍ରଦାନ ନିମନ୍ତେ ପରାମର୍ଶ ଦେଇଥିଲେ । ସମ୍ମାନୀତ ଅତିଥୀ ଭାବେ ପୂର୍ବତନ ସମିତି ସଭ୍ୟ ମଥୁରା ଚରଣ ସୁବୁଦ୍ଧି ଯୋଗଦେଇଥିଲେ । ଏଥିରେ ୫୧ଜଣ ରୋଗୀଙ୍କ ଚକ୍ଷୁ ପରିକ୍ଷଣ କରାଯାଇଥିବା ବେଳେ ୫ଜଣଙ୍କୁ ଚଷମା ପ୍ରଦାନ କରାଗଲା । ୨୪ ଜଣ ପରଳ ଚିହ୍ନଟ ବ୍ୟକ୍ତିଙ୍କୁ ମାଗଣା ଚିକିତ୍ସା ନିମନ୍ତେ ପଠାଗଲା । ଶଙ୍କର ଚକ୍ଷୁ ଚିକିତ୍ସାଳୟର କ୍ୟାମ୍ପ ମ୍ୟାନଜର ନଳିନୀକାନ୍ତ ରାଉତ , ଚିଫ୍ ଅପଟୋ ମେଟ୍ରିଷ୍ଟ ସୁନିଲ କୁମାର ମହାନ୍ତି, ଚକ୍ଷୁ ଟେକନିସିଆନ୍ ଟିକି ସ୍ୱାଇଁ, କୋଡିନେଟର ବୈରି ରଂଜନ ସାହୁ ପ୍ରମୁଖ ଉପସ୍ଥିତ ରହି ଚକ୍ଷୁ ପରୀକ୍ଷା କରିଥିବା ବେଳେ ଧୋବା ରାଉଳ, ଭିମସେନ ମୁଦୁଲି ହରିଶ୍ଚନ୍ଦ ମୁଦୁଲି, ବିପ୍ର ଚରଣ ମୁଦୁଲି ଓସୁଦାମ ଚରଣ ମୁଦୁଲିଙ୍କ ସମେତ ଯୁବକ ସଂଘ ଅନ୍ୟାନ୍ୟ ସଭ୍ୟ ପରିଚାଳନାରେ ସହଯୋଗ କରିଥିଲେ ।


