ନାଁ ବାଳିକାକୁ ବୃଦ୍ଧଙ୍କ ଅସଦାଚରଣ
ହାଟଡିହି, (ବିକାଶ ବିଶ୍ୱାଳ) :-ଚୋରଗଡିଆ ଛକରେ ଜଣେ ନାଁ ବାଳିକାକୁ ଜଣେ ବୃଦ୍ଧ ଅସଦାଚରଣ କରିବାକୁ ନେଇ ଦିନକୁ ଦିନ ଅସନ୍ତୋଷ ବଢ଼ୁଥିବା ଦେଖିବାକୁ ମିଳିଛି । ଦୁଇଦିନ ତଳେ ଏହି ନାବାଳିକାକୁ ତାର ବାପା ଏକ ଦୋକାନରେ ବସାଇଦେଇ କୌଣସି ସାମଗ୍ରୀ କିଣିବାକୁ ଯାଇଥିବାବେଳେ ୬୦ବର୍ଷର ବୃଦ୍ଧ ବ୍ୟବସାୟୀ ଜଣକ ନାଁ ବାଳିକାକୁ ଅସଦାଚରଣ କରିଥିଲେ । ଫଳରେ ନାଁ ବାଳିକା ଜଣକ ଉତକ୍ଷିପ୍ତ ହୋଇ ଦୋକାନକୁ ଟେକାପଥର ଫିଙ୍ଗିଥିଲା । ସ୍ଥାନୀୟ ଲୋକମାନେ ବୁଝାସୁଝା କରି ନାଁ ବାଳିକାକୁ ଘରକୁ ପଠାଇ ଦେଇଥିଲେ । ଆଜି ନାଁ ବାଳିକାର ମା ଉକ୍ତ ଦୋକାନକୁ ଆସି ବ୍ୟବସାୟୀଙ୍କ ସାମଗ୍ରୀକୁ ଫୋଫଡା ଫୋପଡି କରିବାରୁ ବ୍ୟବସାୟୀ ଜଣକ ଭୟଭୀତ ହୋଇ ଦୌଡି ପଳାଇବା ଘଟଣା ଆଲୋଚନାର ବିଷୟ ପାଲଟିଛି । ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନଥିବାବେଳେ ୬୦ବର୍ଷ ବୟସ୍କ ଏହି ବ୍ୟବସାୟୀଙ୍କ ଏପରି ହୀନକାର୍ଯ୍ୟକୁ ସବୁ ମହଲରେ ନିନ୍ଦା କରାଯାଉଛି ।


