ପ୍ରେମିକ ର ଘର ଆଗରେ ୨୦ ମାସ ର ଛୁଆ କୁ ଧରି ପ୍ରେମିକାର ଧାରଣା

ଶେରଗଡ଼, (ବିଭୁ ପ୍ରସାଦ ଦାସ) :-ଗଂଜାମ ଜିଲ୍ଲା ଶେରଗଡ଼ ବ୍ଲକ ଅନ୍ତର୍ଗତ କୁଲାଗଡ଼ ଗ୍ରାମରେ ନ୍ୟାୟ ପାଇଁ ୨୦ ମାସର ଶିଶୁ କନ୍ୟାକୁ ଧରି ପ୍ରେମିକା ର ଧାରଣା । ସୂଚନା ମୁତାବକ କୁଲାଗଡ଼ ଗ୍ରାମର କଂଗ୍ରେସ ସେଠି ଙ୍କ ପୁଅ ସମୀର ସେଠି ଓ ନରେନ୍ଦ୍ର ପୁର ଗ୍ରାମର ମାମାସିନୀ ନାୟକଙ୍କ ମଧ୍ୟରେ ଗତ ୪ ବର୍ଷ ତଳେ ପ୍ରେମ ସମ୍ପକ ଗଢି ଉଠିଥିଲା । ପରେ ସମୀର ମାମାସିନୀ ଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ବେଳେ ପରେ ମାମାସିନୀ ଗର୍ଭବତୀ ଥିବାର ଜାଣିବା ପରେ ତାଙ୍କୁ ଛାଡି ଦେଇ ଥିଲେ । ମାମାସିନୀ ୦୨/୦୮/୨୦୨୦ ତାରିଖରେ ହିଞ୍ଜିଳି ଥାନା କେଶ ନଂ 267/2020, 276(2)(n) IPC ରେ ଏକ ମାମଲା ରୁଜ୍ଜୁ କରିଥିଲେ ଥାନାରେ ସମୀରଙ୍କ ବିରୁଦ୍ଧରେ କେଶ କରିଥିଲେ ଏବଂ ନିଜ ପ୍ରେମିକ ଘର କୁଲାଗଡ଼କୁ ଆସି ଧାରଣା ଦେଇଥିଲେ । ଫଳରେ ସମୀରକୁ ଗିରଫ ହୋଇ ଜେଲ ରେ ଥିଲେ । ସମୀର ଜେଲରେ ଥିବା ବେଳେ ମାମାସିନିଙ୍କ ସହ କଥା ହେଉଥିଲେ ଏପରିକି ମାମାସିନୀ ମଧ୍ୟ ସମୀରକୁ ଦେଖା କରିବା ପାଇଁ ଜେଲକୁ ଯାଉଥିଲେ । ସମୀର ଏପଟେ ମାମାସିନୀଙ୍କୁ କହିଥିଲା ଯେ ତାକୁ ଜେଲରୁ ବାହାର କଲେ ସେ ତାଙ୍କୁ ସେ ବିବାହ କରିବେ ।ଫଳରେ ମାମାସିନୀ ସମୀର ଜାମିନ ପାଇଁ କୋର୍ଟରେ ଅପିଲ କରିଥିଲେ । ତେଣୁ ସମୀରଙ୍କୁ ୨ ମାସ ପାଇଁ ସର୍ତ୍ତ ମୂଳକ ଜାମିନ ମଧ୍ୟ ମିଳିଛି । ହେଲେ ସେ ଜେଲରୁ ଆସିବା ପରେ ଏବେ ମାମାସିନୀ ଙ୍କୁ ବିବାହ କରିବା ତ ଦୂରର କଥା ତାଙ୍କ ମୋବାଇଲ ନମ୍ବର କୁ ବ୍ଲକ ଲିଷ୍ଟ ରେ ପକାଇ ଦେଇଛି । ତେଣୁ ବାଧ୍ୟ ହୋଇ ମାମାସିନୀ ଆଜି ସମୀରଙ୍କ ଘର ଆଗରେ ନିଜର ୨୦ ମାସର ଝିଅକୁ ଧରି ଧାରଣା ରେ ବସିଥିବା ବେଳେ ତାଙ୍କୁ ନ୍ୟାୟ ନ ମିଳିବା ଯାଏଁ ଧାରଣା ଦେବେ ବୋଲି କହିଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ