୧୨ ପରୀକ୍ଷା କେନ୍ଦ୍ର, ୫ ପର୍ଯ୍ୟବେକ୍ଷକ : ୨୦୬୯ ପରୀକ୍ଷାର୍ଥୀ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଗଞ୍ଜାମ ଜିଲ୍ଲା, ବୁଗୁଡା ବ୍ଲକର ୧୨ ଗୋଟି ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା କେନ୍ଦ୍ରରେ ୨୦୬୯ ପରୀକ୍ଷା ଦେବାପାଇଁ ଆୟୋଜନ ହୋଇଥିବା ବେଳେ ୫ ଜଣ ଅଧିକାରୀ ପର୍ଯ୍ୟବେକ୍ଷକ ଓ ନୋଡାଲ ଅଫିସର ଭାବେ ନିଯୁକ୍ତି ହୋଇଛନ୍ତି। ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପ୍ରକାଶରେ ୧- ବୁଗୁଡା ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି (ବାଲିପଦର, ପଙ୍କଳବାଡି ଓ ତାଳସାକର ହାଇ ସ୍କୁଲ), ୨- ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର (ପିପୁଲସ ହାଇ ସ୍କୁଲ, ବୁଗୁଡା), ୩- ବୁଗୁଡା ଏନଏସି ଇଓ ରଶ୍ମିରଞ୍ଜନ ଦାଶ ( ଗୋଲିଆ ଓ ଗାର୍ଲସ ହାଇ ସ୍କୁଲ, ବୁଗୁଡା), ୪- ବୁଗୁଡା ସିଡିପିଓ ରଞ୍ଜିତା ତ୍ରିପାଠୀ ( ବୁଦ୍ଧଗିରି, ବି.କରଡ଼ାବାଡ଼ି ଓ ମାଣିତରା ହାଇ ସ୍କୁଲ), ଏବଂ ୫- ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା( ସଙ୍କୁରୁ,ପୋଚାଲୁଣ୍ଡି ଓ କରଚୁଲି ହାଇ ସ୍କୁଲ) ପରୀକ୍ଷା କେନ୍ଦ୍ରର ପର୍ଯ୍ୟବେକ୍ଷକ ଓ ନୋଡାଲ ଅଫିସର ଭାବେ ଦାୟିତ୍ବ ବହନ କରିଛନ୍ତି। ଏପ୍ରିଲ ୨୯ ତାରିଖରେ ଦଶମ ବୋର୍ଡ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ବୁଗୁଡା ବ୍ଳକ ଏନଏସିର ମୋଟ ପରୀକ୍ଷାର୍ଥୀ ୨୦୬୯ ଜଣଙ୍କ ମଧ୍ୟରୁ ୧୮୮୪ ଜଣ ପରୀକ୍ଷା ଦେଇଥିବା ବେଳେ ୧୮୫ ଜଣ ଅନୁପସ୍ଥିତ ଥିଲେ। ସମସ୍ତ ୧୨ ଟି ପରୀକ୍ଷା କେନ୍ଦ୍ରରେ ସଠିକ ଭାବେ ଶାନ୍ତି ଶୃଙ୍ଖଳା ସହ ପ୍ରଥମ ଦିନର ପରୀକ୍ଷା ଶେଷ ହୋଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ