ସାଇକେଲ କୁ ଧକ୍କା ଦେଲା ଅଟୋ : ଦୁଇ ସାଇକେଲ ଆରୋହି ଗୁରୁତର…

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ଲାଞ୍ଜିପଦର ନିକଟରେ ସୋମବାର ସକାଳ ପ୍ରାୟ ସାଢେ଼ ଆଠ ଘଣ୍ଟା ସମୟରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ପେଗେଡା ଗ୍ରାମର ସୁମନ୍ତ ଶବର (୩୨) ଓ ଗ୍ରହଣ ଚନ୍ଦ୍ର ନାୟକ (୧୪) କୌଣସି କାମରେ ଲାଞ୍ଜିପଦର ଠାରୁ ସାଇକେଲରେ ଫେରୁ ଥିବା ସମୟରେ ଲାଞ୍ଜୀପଦର ଠାରୁ ରାୟଗଡ଼ ଅଭିମୁଖେ ଆସୁଥିବା ଏକ ନୀଳ ରଙ୍ଗର ଅଟୋ ଉକ୍ତ ସାଇକେଲ କୁ ଧକା ଦେଇଥିଲା । ଫଳରେ ଘଟଣାସ୍ଥଳରେ ସୁମନ୍ତ ଓ ଗ୍ରହଣ ଅଚେତ ଅବସ୍ଥାରେ ପଡି ରହିଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିବା ସହ ଉକ୍ତ ଅଟୋକୁ ଅଟକାଇ ରାୟଗଡ଼ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବାପାଇଁ କହିଥିଲେ କିନ୍ତୁ ଉକ୍ତ ଅଟୋ ଆହାତ ମାନଙ୍କୁ ମେଡିକାଲ ନେବା ପରିବର୍ତ୍ତେ କୃଷ୍ଣପୁର ନିକଟରେ ରାସ୍ତା କଡ଼ରେ ପକେଇଦେଇ ଚାଲିଯାଇଥିଲା । କୌଣସି ପ୍ରକାରେ ୧୦୮ କର୍ମଚାରୀ ମାନେ ଖବର ପାଇ ସେମାନଙ୍କୁ ଉଦ୍ଧାର କରି ରାୟଗଡ଼ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା କରାଇଥିଲେ । ସେଠାରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ସେମାନଙ୍କୁ ପାରଳା-ଖେମୁଣ୍ଡି ମୂଖ୍ୟ ଚିକିତ୍ସଳୟକୁ ସ୍ଥାନାନ୍ତର କରିଥିବା ଜଣାପଡିଛି । ଖବର ପାଇ ରାୟଗଡ଼ ପୋଲିସ ଘଟଣାର ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ