ଲଦାଖର ବିକାଶରେ ନୂଆ ଅଧ୍ୟାୟ ଆରମ୍ଭ : ଅମିତ ଶାହା

ନୂଆଦିଲ୍ଲୀ : ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦ୍ୱାରା ଭିଡିଓ କନଫରେନ୍ସିଂ ମାଧ୍ୟମରେ ଲଦାଖରେ ଦେଶରେ ପ୍ରଥମ ଆଇଓସିଲ ଦ୍ୱାରା ତିଆରି ହୋଇଥିବା ସ୍ୱତନ୍ତ୍ର ଶୀତକାଳୀନ-ଗ୍ରେଡ୍ ଡିଜେଲ୍ ଯୋଗାଣର ଶୁଭାରମ୍ଭ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ହୋଇଯାଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହି ପଦକ୍ଷେପ ପାଇଁ ଭାରତ ସରକାରଙ୍କ ପେଟ୍ରୋଲିୟମ ମନ୍ତ୍ରଣାଳୟକୁ ଧନ୍ୟବାଦ ଦେବା ସହ ଏହି ଐତିହାସିକ ପଦକ୍ଷେପ ଦ୍ୱାରା କେନ୍ଦ୍ର ଶାସିତ ଅଂଚଳ ଲଦାଖର ବିକାଶରେ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । ଲଦାଖର ଅର୍ଥନୀତି ଓ ଲୋକଙ୍କ ଜୀବନଶୈଳିକୁ ଗତି ଦେବ । ଆଗାମୀ ଦିନରେ ଲଦାଖର ବିକାଶରେ ବଡ ପରିବର୍ତନ ହେବ ସେହିପରି ଆଗାମୀ ୪ ବର୍ଷ ମଧ୍ୟରେ ଲଦାଖରେ ପ୍ରାୟ ୫୦ ହଜାର କୋଟି ଟଙ୍କା ବ୍ୟୟରେ ଦେଶର ସର୍ବବୃହତମ ତଥା ୭୫୦୦ ମେଗାଓା୍ୱଟର ସୌର ପ୍ରକଳ୍ପ ଶେଷ ହେବ । ଏହା ଦ୍ୱାରା ଲଦାଖର କେବଳ ବିକାଶ ହେବ ନାହିଁ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିବ ବୋଲି କେନ୍ଦ୍ର ମନ୍ତ୍ରୀ ଶାହା କହିଛନ୍ତି । ପ୍ରଧାନ ଏହି ଅବସରରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଶାହଙ୍କ ଦୃଢ ରାଜନୈତିକ ଇଚ୍ଛାଶକ୍ତି ଓ ଦୂରଦୃଷ୍ଟି କାରଣୁ ଦେଶରେ ପ୍ରଥମ ଥର ପାଇଁ ଏପରି ପଦକ୍ଷେପ ନିଆଯାଇପାରିଛି । ମୋଦିଙ୍କ ନେତୃତ୍ୱରେ ନିଆଯାଇଥିବା ପଦକ୍ଷେପ ଲଦାଖର ଉର୍ଜା ଆବଶ୍ୟକତାକୁ ପୂରଣ କରିବ ବୋଲି ସେ କହିଛନ୍ତି । ଶୀତଋତୁରେ ଲଦାଖରେ ଅତ୍ୟଧିକ ଶୀତ ତଥା ପାରଦରେ ମାତ୍ରା ମାଇନସ ଡିଗ୍ରୀ ରହିବା କାରଣରୁ ଡିଜେଲ୍ ବରଫ ଆକାର ହୋଇଯାଉଥିଲା । ଯାଦ୍ୱାରା ଏହି ଅଂଚଳରେ ଡିଜେଲ ଚାଳିତ ଗାଡି ବନ୍ଦ ହେବା ଫଳରେ ବ୍ୟବସାୟ ଠପ୍ ହେବା ସହ ପର୍ଯ୍ୟଟନରେ ବାଧା ଉପୁଜୁଥିଲା । ମାତ୍ର ଆଇଓସିଏଲ୍ ଦ୍ୱାରା ନିର୍ମିତ ସ୍ୱତନ୍ତ୍ର ଶୀତକାଳୀନ-ଗ୍ରେଡ୍ ଡିଜେଲ୍ -୩୩ ଡିଗ୍ରୀ ତାପମାତ୍ରାରେ ମଧ୍ୟ ରହିପାରିବାର କ୍ଷମତା ରଖିଛି । ଏହାକୁ ଆଇଓସିଏଲର ପାନିପଥ ରିଫାଇନାରୀରେ ତିଆରି କରାଯାଇଛି ଏବେ ଏହି ବ୍ୟବସ୍ଥା ଫଳରେ ସୁରକ୍ଷା କର୍ମୀ, ପର୍ଯ୍ୟଟକ ଏବଂ ସ୍ଥାନୀୟ ବାସୀଙ୍କ ପାଇଁ ଇନ୍ଧନ ଯୋଗାଣର ସୁନିଶ୍ଚିତ ହୋଇଛି । ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ଏକ ଲୋକକଲ୍ୟାଣ ସରକାର ଥିବାରୁ ଗରିବ ଏବଂ ସାଧାରଣ ଲୋକଙ୍କ ସମସ୍ତ ଆବଶ୍ୟକତା ଏବଂ ମୌଳିକ ସୁବିଧାକୁ ପହଁଚାଇବା ପାଇଁ ଆମେ ପ୍ରଯତ୍ନଶୀଳ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ