ଆଜି ପ୍ରଥମ ପର୍ଯ୍ୟାୟ ସମବାୟ ନିର୍ବାଚନ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଆଜି ଭଦ୍ରକ ଜିଲ୍ଲାର ୪୩ଗୋଟି ସମିତି ପକ୍ଷରୁ୬୫ଗୋଟି ବୁଥରେ ପ୍ରଥମ ପର୍ଯ୍ୟାୟ ସମବାୟ ନିର୍ବାଚନ ଅନୁଷ୍ଠିତ ହେଉଛି । ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ବ୍ଲକର ରହଣିଆ ସମିତି ପକ୍ଷରୁ ରାଢୋ ସ୍କୁଲ ଠାରେ ସକାଳ ୭ରୁ ଅପରାହ୍ନ ୪ଯାଏଁ ନିର୍ବାଚନ ଅନୁଷ୍ଠିତ ହେଉଥିବା ଜଣାପଡିଛି । ସେହିଭଳି ନାଆମୀ ସମିତି ପକ୍ଷରୁ ସାତଶୋଳା ବିଦ୍ୟାଳୟ, ନାରାୟଣପୁର ସମିତି ପକ୍ଷରୁ ପର୍ବତୀ ବିଦ୍ୟାଳୟ ଓ ନଗୁଆଁ ସମିତି ପକ୍ଷରୁ ଭଣ୍ଡାରିପୋଖରୀ ଉଚ୍ଚ ବିଦ୍ୟାଳୟ ଠାରେ ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ୪ଗୋଟି ଟିମରେ ୨୦ଜଣ ପୁଲିଂ କର୍ମଚାରୀ ନିୟୋଜିତ ହୋଇଥିବା ବେଳେ ନିର୍ବାଚନ ସୁପରିଚାଳନା ପାଇଁ ସେକ୍ଟର ଅଫିସର ଓ ସୁପରଭାଇଜର ମାନଙ୍କୁ ଦାୟିତ୍ୱ ଦିଆଯାଇଛି । ଏହାଛଡା ନିରପେକ୍ଷ ଓ ଶାନ୍ତିଶୃଙ୍ଖଳା ନିର୍ବାଚନ ପାଇଁ ବ୍ୟାପକ ପୁଲିସ ଫୋର୍ସ ବ୍ୟବସ୍ଥା ହୋଇଥିବା ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ସତ୍ୟପ୍ରକାଶ ସେଠୀ ପ୍ରକାଶ କରିଛନ୍ତି ।


