ଭିକାରୀପଲ୍ଲୀ ଠାରେ ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ
ଛତ୍ରପୁର, (ଦେବଦତ୍ତ ମହାରଣା) :-ସ୍ଥାନୀୟ ତହସିଲ ଅନ୍ତର୍ଗତ ଭିକାରୀପଲ୍ଲୀ ଠାରେ ଛତ୍ରପୁର ତହସିଲଦାର ପ୍ରକାଶ କୁମାର ମିର୍ଶ୍ର୍ ତତ୍ତ୍ୱାବଧାନ ମୋ ଗାଁ ତହସିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ବସୁନ୍ଧରା, ମ୍ୟୁଟେସନ , ଇ-ପାଉଚି , ଗ୍ରାମକଣ୍ଠକ ଭଳି ରାଜସ୍ୱ ବିଭାଗ ପକ୍ଷରୁ ପ୍ରଦାନ କରାଯାଉଥିବା ବିଭିନ୍ନ ସେବା ଗୁଡିକ ସମ୍ପର୍କରେ ଉପସ୍ଥିତ ହିତାଧିକାରୀଙ୍କୁ ସଚେତନତା କରାଯିବା ସହ ୬୨ଜଣଙ୍କୁ ବିଭିନ୍ନ ସାଟିଫିକେଟ୍ ଓ ପଟ୍ଟା ପ୍ରଭୃତି ପ୍ରଦାନ କରାଯାଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭିକାରୀପଲ୍ଲୀ ଗ୍ରାମପଞ୍ଚାୟତର ସମିତି ସଭ୍ୟା ଏନ.କାନ୍ତାମ୍ମା ପାତ୍ର, ପୂର୍ବତନ ସମିତି ସଭ୍ୟ ମଥୁରା ଚରଣ ସୁବୁଦ୍ଧି, ନୀଳକଣ୍ଠ ଦାଶ, ଅତିରିକ୍ତ ତହସିଲଦାର ଜସ୍ମିନ ପ୍ରଧାନ ଓ କବିରାଜ ଆର୍ଯ୍ୟ, ସୁପରଭାଇଜର ଜି. ହରିକୃଷ୍ଣ ଓ ତିଳୋତ୍ତମା ଦୋରା, ଆରଆଇ କାମିନୀ ସାହ , ଅମିନ୍ ଏସ.ଲକ୍ଷ୍ମଣ ରେଡ୍ଡୀ ଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟ କ୍ରମରେ ବହୁ ଜନସାଧାରଣ ଉପସ୍ଥିତ ରହି ସେମାନଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆବେଦନ ଓ ପ୍ରମାଣ ପତ୍ର ଗ୍ରହଣ କରିଥିଲେ ।


