ପୋଲିସ କହି ଦାଦାବଟି ଆଦାୟ କରୁଥିବା ୩ ଯୁବକ ଗିରଫ
ନିମାପଡା, (ସନ୍ତୋଷ ଦାଶ) :-ପୁରୀ ଜିଲ୍ଲା କାକଟପୁର ଥାନା ଅଧିନସ୍ଥ ପଥରପକା ଗ୍ରାମ ନିକଟରେ ଓଡିଶା ପୋଲିସ ଲୋଗୋ ଦେଖାଇ ଦାଦାବଟି ଆଦାୟ ଅଭିଯୋଗରେ କାକଟପୁର ଥାନା ପୋଲିସ ୩ ଜଣ ଯୁବକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତଙ୍କ ନିକଟରୁ ଏକ ମାରୁତି କାର,ଛୁରୀ, ଓଡିଶା ପୋଲିସ ଲୋଗୋ, ୫ ଟି ମୋବାଇଲ, ୫ ଶହ ଟଙ୍କା ଜବତ କରି ଅଧିକ ତଦନ୍ତ ଚଳାଇଛି l ଗିରଫ ଅଭିଯୁକ୍ତ ମାନେ ହେଲେ ନିଆଳି ଅଞ୍ଚଳ ର କାଳୀପ୍ରସାଦ ସ୍ୱାଇଁ, ମହାଦେବବସ୍ତ ର ନିରଞ୍ଜନ ସାହୁ, ଅସ୍ତରଙ୍ଗ ଅଞ୍ଚଳର ଦିଲ୍ଲୀପ ମୁଦୁଲି l ଏ ସଂକ୍ରାନ୍ତରେ କାକଟପୁର ଥାନାରେ ୧୨୯/୨୨ ରେ ଏକ ମାମଲା ରୁଜୁ ହୋଇଛି l ସେହିପରି କାକଟପୁର ଥାନା ଅଧିନସ୍ଥ ମୁତୁଣିଆ ଗ୍ରାମର କୋଠଘର ଠାରେ ଜୁଆଖେଳ ଚାଲିଥିବାବେଳେ କାକଟପୁର ଥାନା ଆଇଆଇସି ପ୍ରିୟରଞ୍ଜନ ନାୟକଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ଅତର୍କିତ ଚଢ଼ାଉ କରି ପୋଲିସ ୯ ଜଣ ଜୁଆଡିଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ନଗଦ ୨୨ ହଜାର ଟଙ୍କା ସହିତ ଏକ ବୋଲେରୋ ଗାଡି ଜବତ କରି ଥାନା କେଶ ନମ୍ବର ୧୨୮/୨୨ ରେ ଆଉ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି l କାକଟପୁର ଥାନା ଆଇଆଇସିଙ୍କ ଆକ୍ସନମୁଡ଼ କୁ ନେଇ ଅପରାଧୀ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି l