ଯୋଗାଣ ଅଧିକାରୀଙ୍କ ଚଢାଉ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା କାଶୀନଗର ଅଞ୍ଚଳରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ଦର ବୃଦ୍ଧି, ସଠିକ ଓଜନର ଜିନିଷ ନ ଦେବା ଅଭିଯୋଗ ହେବାକୁ ନେଇ ବ୍ଲକ ଯୋଗାଣ ଅଧିକାରୀ ହଠାତ ଚଢଉ କରିଥିବାର ଜଣାଯାଇଛି । ଆଜି କାଶୀନଗର ଯୋଗାଣ ବିଭାଗ ଅଧିକାରୀ ସଞ୍ଜୟ ମଲ୍ଲିକ କାଶୀନଗର ଫରେଷ୍ଟ ଗେଟ ଛକରେ ଥିବା ଦାମୋଦର କିରାଣୀ ଦୋକାନ ଓ ଶିବ ଲେଙ୍କା କିରାଣୀ ଦୋକାନ ଉପରେ ଚଢାଉ କରି ଦୋକାନ ମଧ୍ୟରେ ଥିବା ଜିନିଷ ମାନଙ୍କର ଦାମ୍ ପରଖି ଲୋକ ମାନଙ୍କୁ ଠିକ୍ ଦାମ୍ ରେ ବିକ୍ରି କରିବା, ସଠିକ ଓଜନରେ ଦେବାକୁ ତାଗିଦ୍ କରିଥିଲେ । ଏତଦବ୍ୟତୀତ ଦୋକାନ ମଧ୍ୟରେ ପଲିଥିନ୍ ବ୍ୟବହାର ନ କରିବାକୁ ପରାମର୍ଶ ଦେଇଥିଲେ । ଏହି ଚଢାଉ ସମୟରେ ପୌର ନିର୍ବାହୀ ଯନ୍ତ୍ରୀ ଜଗବନ୍ଧୁ ଆଚାର୍ଯ୍ୟ, ଅନିଲ କୁମାର ଦାସ, ଜନସେନ ନାହାକ ସହଯୋଗ କରିଥିଲେ ।