ଓକିଲ ସଂଘ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଭୁବନେଶ୍ୱର ଓକିଲ ସଂଘ ତରଫରୁ ନୂଆକରି ଯୋଗ ଦେଇଥିବା ଖୋର୍ଦ୍ଧା ଦୌରାଜଜ ଶ୍ରୀଯୁକ୍ତ ନିଶିଥ ନିଶଙ୍କଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇ ଥିଲା । ଭୁବନେଶ୍ୱର ଓକିଲ ସଂଘ ହଲ୍ରେ ଏକ ସଭା ଆୟୋଜନ କରାଯାଇଥିଲା । ଏହି ସଭାରେ ସ୍ପେଶାଲ ଜଜ୍ ଭିଜିଲାନ୍ସ ସତ୍ୟନାରାୟଣ ଷଡ଼ଙ୍ଗୀ ଏବଂ ସିଜେଏମ୍ ଶ୍ରୀଯୁକ୍ତ ହରପ୍ରସାଦ ପାଢୀ ପ୍ରମୁଖଙ୍କ ସହିିତ ସମସ୍ତ ବିଚାର ବିଭାଗୀୟ ଅଫିସର ଉପସ୍ଥିତ ଥିଲେ । ଏହି ସଭାରେ ଓକିଲ ସଂଘ ତରଫରୁ ଜୁଡ଼ିସିଆଲ କମ୍ପେ୍ଲକ୍ସର କାର୍ଯ୍ୟ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ଜିଲ୍ଲା ଜଜ୍ଙ୍କ ନିକଟରେ ଦାବି କରାଯାଇଛି ଏବଂ ନୂତନ ଜିଲ୍ଲାଜଜ୍ ସମସ୍ତ କାର୍ଯ୍ୟରେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ସଭାରେ ଓକିଲ ସଂଘର ସଭାପତି ରବିନାରାୟଣ ସାମନ୍ତରାୟ, ସମ୍ପାଦକ ରାଜକିଶୋର ଦାସ, ଉପସଭାପତି ଅଭିମନ୍ୟୁ ସ୍ୱାଇଁ, ଯୁଗ୍ମ ସମ୍ପାଦକ ଅଶୋକ କୁମାର ବଡ଼ପଣ୍ଡା, କୋଷାଧ୍ୟକ୍ଷ ଦିବାକର ମିଶ୍ର, ସହ ସମ୍ପାଦକ ରାଜେନ୍ଦ୍ର କୁମାର ଦାସ, ସମସ୍ତ କାର୍ଯ୍ୟକାରୀ ସଭ୍ୟ ଏବଂ ସଭ୍ୟା ସବ୍ୟସାଚୀ ସୁତାର, କୁଳଦୀପ ରାଉତରାୟ, ଅବିନାଶ ମହାନ୍ତି, ଚିତ୍ରସେନ ଶ୍ରୀଚନ୍ଦନ, ଅଶୋକ କୁମାର ସାହୁ, ବିମଳ କେଶରୀ ଦାଶ, ପ୍ରଦୀପ୍ତ କୁମାର ପାଳ, ଦିପ୍ତିରଞ୍ଜନ ଦଳାଇ, ଅମ୍ରିତା ସାହୁ, ବନ୍ଦିତା ଦାସ ଏବଂ ବହୁ ଆଇନଜୀବୀ ଉପସ୍ଥିତ ଥିଲେ ।