ଓଲଟିଲା ସାର ବୋଝେଇ ଟ୍ରକ : ଅଳ୍ପକେ ବର୍ତ୍ତିଲେ ଚାଳକ

ହାଟଡିହି, (ବିକାଶ ବିଶ୍ୱାଳ) :-ଆନନ୍ଦପୁର-ଭଦ୍ରକ ରାସ୍ତାର ବଞ୍ଚୋଛକ ନିକଟରେ ଆଜି ଭୋର ସମୟରେ ଏକ ୧୪ଚକିଆ ସାର ବୋଝେଇ ଟ୍ରକ ଓଲଟି ପଡିଛି । ଭଦ୍ରକରୁ ସାରନେଇ ଢ଼େଙ୍କିକୋଟ ଅଭିମୁଖେ ଯାଉଥିବା ଏହି ଟ୍ରକଟି ଅକସ୍ମାତ ରାସ୍ତା କଡକୁ ଯାଇ ଓଲଟି ପଡିଥିଲା । ସୌଭାଗ୍ୟ ବସତ ଗାଡି ଚାଳକ କିମ୍ବା ଗାଡିରେ ଥିବା ହେଲପର ଅଳ୍ପକେ ବର୍ତ୍ତି ଯାଇଥିଲେ । ପରେ ଆନନ୍ଦପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡି ମାଲିକକୁ ଡାକି ଗାଡି ଉଠାଇବାର ବ୍ୟବସ୍ଥା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ