ସ୍ୱାସ୍ଥ୍ୟମନ୍ତ୍ରୀ କାଶିପୁର ଯାଆନ୍ତୁ : ସମାଜବାଦୀ ପାର୍ଟି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-କାଶିପୁରରେ ହଇଜା ବ୍ୟାପକତା ହେବାରେ ଲାଗିଛି । ୮ ଜଣ ଲୋକ ମୃତ୍ୟୁ ବରଣ କରିବା ସଙ୍ଗେ ସଙ୍ଗେ ୯୬ଜଣ ଏପର୍ଯ୍ୟନ୍ତ ହଇଜା ଆକ୍ରାନ୍ତ ହୋଇଛନ୍ତି ବୋଲି ନିଜେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପ୍ରକାଶ କରିଛନ୍ତି । ତେଣୁ ହଇଜାର ବ୍ୟାପକତାରୁ ଦୃଷ୍ଟିରେ ରଖି ନିଜେ ସ୍ୱାସ୍ଥ୍ୟମନ୍ତ୍ରୀ ଘଟଣାସ୍ଥଳକୁ ଯିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟମନ୍ତ୍ରୀ ନବିକଶୋର ଦାସଙ୍କୁ ନିର୍ଦ୍ଦେଶ ଦେବାକୁ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେର ଦାବି କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଆଜି ଏକ ପତ୍ର ଲେଖି ଶ୍ରୀ ବେହେରା ଏହି ଦାବି କରିବା ସଙ୍ଗେ ସଙ୍ଗେ ରାୟଗଡ଼ା ଜିଲ୍ଲା ଦାୟିତ୍ୱରେ ଥିବା ଶାସନ ସଚିବ କାଶିପୁରରେ ନିଜେ ଅବସ୍ଥାନ କରି ହଇଜା ସଂକ୍ରାନ୍ତୀୟ ସମସ୍ତ ଚିକିତ୍ସା ବ୍ୟବସ୍ଥାକୁ ମନିଟର କରିବାକୁ ଶ୍ରୀ ବେହେରା ଦାବି କରିଛନ୍ତି ।


