ବରୋଦା ବ୍ୟାଙ୍କ ୧୧୫ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

କୋଣାର୍କ, (ଜ୍ୟୋସ୍ନା ରାଣୀ ପ୍ରସାଦ) :-ଦେଶର ଅଗ୍ରଣୀ ରାଷ୍ଟ୍ରାୟତ ଆର୍ଥିକ ସଂସ୍ଥା ବରୋଦା ବ୍ୟାଙ୍କର ୧୧୫ ତମ ପ୍ରତିଷ୍ଠା ଦିବସ ବୁଧବାର ପାଳନ ହୋଇଯାଇଛି । ଏହି ଉପଲକ୍ଷେ କୋଣାର୍କ ନିକଟସ୍ତ ବାଲିଦୋକାନ ବଜାରରେ ଥିବା ବରୋଦା ବ୍ୟାଙ୍କ ଶାଖା ପକ୍ଷରୁ ବ୍ୟାଙ୍କ ସୁସଜ୍ଜିତ କରିବା ସହିତ ଗ୍ରାହକ ମାନଙ୍କୁ ମିଠା ବଣ୍ଟନ କରାଯାଇଥିଲା । ଏହି ଅବସରରେ ଶାଖା ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା । ବ୍ୟାଙ୍କ ପରିଚାଳିକା ଶ୍ରୀମତୀ ଲୋପାମୁଦ୍ରା ତ୍ରିପାଠୀଙ୍କ ପ୍ରତେକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ରୂପାଲି କାଣ୍ଡି ଯୋଗଦେଇଥିଲେ । ଡ଼ାକ୍ତର ଭରତ ଚନ୍ଦ୍ର ପଣ୍ଡା ଓ ଲ୍ୟାବ୍ ଟେକ୍ନିସିଆନ ସନ୍ଦୀପ ସ୍ୱରୂପ ପଣ୍ଡା ଉପସ୍ଥିତ ରହି ଏହି ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିରରେ ଶତାଧିକ ଗ୍ରାହକ ଓ ଜନ ସାଧାରଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ମାପ, ଓଜନ, ଉଚ୍ଚତା, ରକ୍ତ ପରୀକ୍ଷା, ମଧୁମେହ ପରୀକ୍ଷା ଓ ରକ୍ତଚାପ ପରୀକ୍ଷା ଆଦି ମାଗଣାରେ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଶାଖାର ସହ ପରିଚାଳକ ଦୂର୍ଗେସ କୁମାର ଦାସ, ଫିଲ୍ଡ ଅଫିସର ଅନିଲ ବିଶ୍ଵାଳ, କର୍ମଚାରୀ କୈବଲ୍ୟ ମିଶ୍ର, କାର୍ତ୍ତିକ ସାହୁ ଓ ଯୁଗଳ ଚନ୍ଦ୍ର ବିଶ୍ୱାଳ ପ୍ରମୁଖ ପରିଚାଳନା କରିଥିବା ବେଳେ ସାମାଜିକ କର୍ମୀ ଜ୍ଞାନ ରଞ୍ଜନ ବିଶ୍ଵାଳ, ଜ୍ୟୋତି ପ୍ରସାଦ କର, ବୁଢ଼ା ବିଶ୍ଵାଳ ଓ ହାପିନ ସ୍ବାଇଁ ପ୍ରମୁଖ ସହଯୋଗ କରିଥିଲେ । ଆଗାମୀ ଦିନରେ ଶାଖା ପକ୍ଷରୁ ବ୍ୟାପକ ସାମାଜିକ କାର୍ଯ୍ୟ କରାଯିବା ସହିତ ଗ୍ରାହକ ମାନଙ୍କୁ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ବ୍ରାଞ୍ଚ ମ୍ୟାନେଜର ଶ୍ରୀମତୀ ଲୋପାମୁଦ୍ରା ତ୍ରିପାଠୀ ସୂଚନା ଦେଇଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ