ସିଆରପିଏଫ ୧୨୭ ବାଟାଲିୟନ୍ ଓ ବାଲିଗୁଡା ପୋଲିସ୍ ତରଫରୁ ବନ ମହୋତ୍ସବ କାର୍ଯ୍ୟକ୍ରମ 

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) :-କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସିଆରପିଏଫର ୧୨୭ ବାଟାଲିୟନ୍ ଓ ବାଲିଗୁଡା ପୋଲିସ୍ ତରଫରୁ  ସ୍ୱାଧୀନତାର ୭୫ ବର୍ଷ ରେ ‘ଅମୃତ ମହୋତ୍ସବ’ କାର୍ଯ୍ୟକ୍ରମ ଅନ୍ତର୍ଗତ ‘ବନ ମହୋତ୍ସବ’ କାର୍ଯ୍ୟକ୍ରମ ସ୍ଥାନୀୟ ପାଟଖଣ୍ଡା ପବ୍ଲିକ୍ ସ୍କୁଲ ପରିସର ମଧ୍ୟରେ ଆୟୋଜିତ ହୋଇଯାଇଛି l  ଏହି କାର୍ଯ୍ୟକ୍ରମ ରେ ସିଆରପିଏଫ ୧୨୭ ବାଟାଲିୟନର କମାଡେଣ୍ଟ ଶ୍ରୀ ଆନନ୍ଦ ଝା, ଦ୍ୱିତୀୟ କମାଣ୍ଡିଂ ଅଫିସର ଶ୍ରୀ ମଉଲି ମୋହନ କୁମାର ଡେପୁଟି କମାଣ୍ଡାଣ୍ଟ ଶ୍ରୀ ସି.ଅଜିତ ବାବୁ, ସହାୟକ କମାଣ୍ଡାଣ୍ଟ ଶ୍ରୀ କୁମାର ରାଘବେନ୍ଦ୍ର, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ଜି.ଆର.ରାଘବେନ୍ଦ୍ର, ସ୍ଥାନୀୟ ପାଟଖଣ୍ଡା ପବ୍ଲିକ୍ ସ୍କୁଲର  ପ୍ରଧାନ ଶିକ୍ଷକ କୃଷ୍ଣ ଚନ୍ଦ୍ର ମହାପାତ୍ର ଙ୍କ ସମେତ ସ୍କୁଲ ର ସମସ୍ତ କର୍ମଚାରୀ, ଛାତ୍ର ଛାତ୍ରୀ ପ୍ରମୁଖ ଉପସ୍ଥିତ ରହି ସ୍କୁଲ  ପରିସରରେ ବିଭିନ୍ନ ପ୍ରକାର ଚାରା ରୋପଣ କରିଥିଲେ | ଏହି ଅବସରରେ କମାଡେଣ୍ଟ ଶ୍ରୀ ଆନନ୍ଦ ଝା ଉପସ୍ଥିତ ଛାତ୍ର ଓ ଛାତ୍ରୀ ମାନଙ୍କୁ ଚାରା ରୋପଣର ମହତ୍ତ୍ୱ ଏବଂ ପରିବେଶ ସନ୍ତୁଳନରେ ଏହାର ଅବଦାନ ସମ୍ପର୍କରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ