ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ବୈଠକ : ବିଭିନ୍ନ ସମସ୍ୟା ର କ୍ଷେତ୍ର ପରିଦର୍ଶନ 

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକରେ କନ୍ଧମାଳ ଜିଲାପାଳ ଆଶିଷ ଈଶ୍ୱର ପାଟିଲ ଯୋଗଦେଇ ଅଭିଯୋଗ ଶୁଣାଣି କରିଥିବା ବେଳେ ଏଥିରେ ବ୍ୟକ୍ତିଗତ ଓ ଗୋଷ୍ଠିଗତ ଭାବେ ବିଭିନ୍ନ ଅଞ୍ଚଳବାସୀ ବାସୀ ବିଭିନ୍ନ ସମସ୍ୟା ଉପରେ ଅଭିଯୋଗ କରି ସମାଧାନ ପାଇଁ ମଧ୍ୟ ପ୍ରାର୍ଥନା କରିଥିଲେ। ଅଭିଯୋଗ ଶୁଣାଣି ପରେ ପରେ ଜିଲାପାଳ ଯେଉଁ କେତେକ ଅଭିଯୋଗ ଶୁଣିଥିଲେ ସେଥିରେ ତୁରନ୍ତ କ୍ଷେତ୍ର ପରିଦର୍ଶନ କରିବା ପାଇଁ ପଦକ୍ଷେପ ନେବା ଆରମ୍ଭ କରିଥିଲେ। ଅନ୍ୟମାନେ କେହି କିଛି ଭାବିବା ପୂର୍ବରୁ ଜିଲାପାଳଙ୍କ ସମେତ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ୱ ରଂଜନ ନାୟକ ମିଳିତ ଭାବେ କୋଟଗଡ଼ ବ୍ଳକର ମାଓ ପ୍ରବଣ ଅଞ୍ଚଳ ବୋଲି କହାଯାଉଥିବା ଗୁଗୁରୁମାହା, ଶ୍ରୀରାମପୁର, ସୁବର୍ଣ୍ଣଗିରି ଭଳି ଅନେକ ଅଞ୍ଚଳ ଗସ୍ତ କରିଥିଲେ। ଏହି ଅଚାନକ ଗସ୍ତ ଅବସରରେ କୋଟଗଡ଼ ବିଡ଼ିଓ କୈଳାଶ ମୁର୍ମୁ ଓ ଅନ୍ୟମାନେ ମଧ୍ୟ ସାମିଲ ହୋଇଥିଲେ। କ୍ଷେତ୍ର ପରିଦର୍ଶନ ବେଳେ ଅଭିଯୋଗ ପାଇଥିବା ଜିଲାପାଳ ସୁବର୍ଣ୍ଣଗିରି ପଞ୍ଚାୟତର ବିଭିନ୍ନ ଅଞ୍ଚଳ ଗସ୍ତ କରିଥିଲେ। ସ୍ଥାନୀୟ ଅଞ୍ଚଳରେ ସ୍ୱାସ୍ଥ୍ୟ କେନ୍ଦ୍ର ଆଦି ପରିଦର୍ଶନ ସହିତ ଏକ ଦୁର୍ଗମ ଅଞ୍ଚଳରେ ଚାଲିଥିବା ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଚାଲିଥିବା ଏକ କାର୍ଯ୍ୟଦେଖିବା ପାଇଁ ଏକ ପାହାଡ଼ ମଧ୍ୟ ପାର ହୋଇଥିଲେ। ଗସ୍ତ ଅବସରରେ ସିଧାସଳଖ ବହୁ ହିତାଧିକାରୀମାନଙ୍କ ସହିତ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିେଲ।ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ ଯେଉଁ ସବୁ କିଛି କିଛି ସମସ୍ୟା ରହିଛି ତାହାକୁ ତୁରନ୍ତ ସମାଧାନ ପାଇଁ ଦାୟିତ୍ୱରେ ଥିବା କୋଟଗଡ଼ ମୋଡ଼ିକାଲ୍ ଅଧିକାରୀ ଡ଼.ଦେବନାଥ ଦେଙ୍କୁ ପରାମର୍ଶ ଦେଇଥିଲେ। ସେହିଭଳି ଅଞ୍ଚଳବାସୀଙ୍କ ଦାବି ପ୍ରକାରେ କୋଟଗଡ଼ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ୍ସରେ ମେସିନ୍ ବସାଇବା ପାଇଁ ମଧ୍ୟ ପଦକ୍ଷେପ ନେଇଥିଲେ। କେବଳ ଏହି ସବୁ ଅଞ୍ଚଳ ନୁହେଁ, ଠାଏଁ ଠାଏଁ ମାଓବାଦୀଙ୍କକ ଧମକ ପୂର୍ଣ୍ଣ ପୋଷ୍ଟର ସତ୍ୱେ ମଧ୍ୟ ଜିଲାପାଳ ଓ ଅନ୍ୟ ଅଧିକାରୀମାନେ ଅଞ୍ଚଳବାସୀଙ୍କ ସମସ୍ୟାର ସମାଧାନ କରିବା ଦିଗରେ ତୁରନ୍ତ ପଦକ୍ଷେପ ନେଇଥିବାରୁ ଅଞ୍ଚଳବାସୀ ବେଶ ପ୍ରଶଂସା କରିଥିଲେ। ତେବେ ଦୀର୍ଘବର୍ଷ ପରେ ଉକ୍ତ ଅଞ୍ଚଳରେ ଜିଲାପାଳ ପହଞ୍ଚିବା ସହିତ ଅଞ୍ଚଳବାସୀଙ୍କ ସହିତ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିବାରୁ ଅଞ୍ଚଳବାସୀ ଖୁସି ପ୍ରକାଶ କରିଥିଲେ l କୋଟଗଡ଼ ରୁ ଫେରିବା ବେଳେ ଜିଲାପାଳ ତୁମୁଡ଼ିବନ୍ଧ, ବାଲିଗୁଡ଼ା ଭଳି ଅନେକ ଅଞ୍ଚଳର ବିଭିନ୍ନ ସ୍ଥାନକୁ ଅଚାନକ ଭାବେ ପହଞ୍ଚି ସ୍ଥିତିର ସମୀକ୍ଷା କରିଥିଲେ ଏବଂ ଅନେକ ସ୍ଥାନରେ ବିଭିନ୍ନ ପ୍ରକାର ପରାମର୍ଶ ଓ ନିର୍ଦେଶ ଦେଇଥିବା ଜଣାପଡିଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ