ଅସ୍ତରଙ୍ଗ ଥାନାରେ ଯୋଗଦେଲେ ନୂତନ ଥାନା ଅଧିକାରୀ

ନିମାପଡ଼ା, (ସନ୍ତୋଷ ଦାଶ):ଆଜି ପୁରୀ ଜିଲ୍ଲାର ଅସ୍ତରଙ୍ଗ ଥାନା ରେ ନୂତନ କରି ଥାନାଧିକାରୀ ଭାବେ ପଞ୍ଚାନନ ପରିଡା ଆଜି ଯୋଗଦାନ କରିଛନ୍ତି । ସେ ବୁଧବାର ସନ୍ଧ୍ୟା ୫ ଘଂଟିକା ସମୟ ରେ ଥାନା ରେ ଆସି ପହଁଚି ପୂର୍ବତନ ଥାନା ଅଧିକାରୀ ବାମଦେବ ନନ୍ଦ ଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ। ଶ୍ରୀ ପରିଡ଼ା ପୂର୍ବରୁ ପୁରୀ ଜିଲ୍ଲା ମୁଖ୍ୟ ଦପ୍ତର ରେ କାର୍ଯ୍ୟ କରୁଥିଲେ। ନୂତନ ଥାନା ଅଧିକାରୀ ଙ୍କୁ ବିଭିନ୍ନ ବୁଦ୍ଧିଜୀବି,ରାଜନୈତିକ ବ୍ୟକ୍ତି ଓ ଅସ୍ତରଙ୍ଗ ଗଣମାଧ୍ୟମ ସଙ୍ଘ ର ସଦସ୍ୟ ପ୍ରକାଶକୁମାର ବେହେରା, ବିଜୟ ବେହେରା, ଆର୍ଯ୍ୟକୁମାର ବିଶ୍ୱାଳ, ଆର୍ତ୍ତତ୍ରାଣ ମହାନ୍ତି, ଟୁଲୁ ବେହେରା, ବିନୋଦ ସେଠି ପ୍ରମୁଖ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଅସ୍ତରଙ୍ଗ ଅଞ୍ଚଳ ରେ ଆଇନଶୃଙ୍ଖଳା ପରିସ୍ଥିତି କୁ ରକ୍ଷା କରାଯିବା ସହିତ ଅପରାଧ ନିୟନ୍ତ୍ରଣ କରିବା ଦିଗରେ ସେ କାର୍ଯ୍ୟ କରିବେ ବୋଲି କହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ