ଗନ୍ଧର୍ବନାଥ ସେବା ସମିତିର ପ୍ରଥମ ବାର୍ଷିକ ଉତ୍ସବ ପାଳିତ
ଚୌଦ୍ୱାର, (ଦୀପକ କୁମାର ବେଉରା):ଚୌଦ୍ୱାର ଅଞ୍ଚଳ ର ଅଗ୍ରିଣ ସାମାଜିକ ସଂଗଠନ ଗନ୍ଧର୍ବ ନାଥ ସେବା ସମିତି ର ପ୍ରଥମ ସ୍ବର୍ଣ୍ଣକ୍ଷେତ୍ର ପାଳନ। ଦୀର୍ଘ ୧ ବର୍ଷ ହେବ ଏହି ସଂଗଠନ ସମାଜ ରେ ଥିବା ବିଭିନ୍ନ ବର୍ଗର ଲୋକ ମାନଙ୍କୁ ସାହାଯ୍ୟ ଓ ସହଯୋଗ କରିବା ସହିତ ପ୍ରତ୍ୟେକ ରବିବାର ଦିନ କଟକ ବଡ଼ ମେଡ଼ିକାଲ ଓ ଶିଶୁଭବନ ରେ ରୋଗୀ ଏବଂ ତାଙ୍କ ସମ୍ପର୍କୀୟ ମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରୁଛନ୍ତି। ଆଜି ଗନ୍ଧର୍ବ ନାଥ ସେବା ସମିତି ର ଏକ ବର୍ଷ ପୂର୍ତ୍ତି ଅବସରରେ ଶ୍ରୀ ଶ୍ରୀ ଗନ୍ଧର୍ବ ନାଥ ମନ୍ଦିର ପରିସରରେ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ସଂଗଠନ ର ସଭାପତି ପରେଶ କୁମାର ଦାସ ସଭାପତିତ୍ବ କରିଥିବା ବେଳେ, ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଉଛବ ଚରଣ ଦାସ,ସମ୍ମାନିତ ଅତିଥି ଭାବେ ରାଜ୍ୟ ସମାଜ ସେବୀ ମହାସଂଘ ର ସଭାପତି ନରୋତ୍ତମ ଦାସ, ବିଶିଷ୍ଟ ସମାଜ ସେବୀ ଅଭିମନ୍ୟୁ ଦାସ, ନାରାୟଣ ସାହୁ, ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ଓ ସମାଜ ସେବୀ ମାନେ ସମାଜ ରେ କିଭଳି ଭାବେ ଆଗକୁ ସେବା ଜାରି ରଖିବେ, ସମାଜ ରେ ଥିବା ଅସହାୟ ଓ ଗରିବ ଶ୍ରେଣୀର ଲୋକ ମାନେ କିଭଳି ଭାବେ ସାହାଯ୍ୟ ପାଇପାରିବେ ସେ ନେଇ ଆଲୋଚନା କରିଥିଲେ। ଓଡ଼ିଶା ର ବିଭିନ୍ନ ଜିଲ୍ଲା ଏବଂ ବ୍ଲକ ର ୪୦ ଗୋଟି ସମାଜ ସେବା ସଂଗଠନ ଯୋଗଦାନ କରିଥିଲେ। ଏବଂ ସମାଜ ରେ ବିଭିନ୍ନ କ୍ଷେତ୍ର ରେ ପାରିଦର୍ଶିତ ଲାଭ କରିଥିବା। ବ୍ୟକ୍ତି ବିଶେଷ ଛାତ୍ର ଛାତ୍ରୀ ଓ ସାମ୍ୱାଦିକ ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।ଗନ୍ଧର୍ବ ନାଥ ସଂଗଠନ ର ସେକ୍ରେଟାରୀ ଦିଲୀପ କୁମାର ବେହେରା, କ୍ୟସିଅର ରଶ୍ମିରଞ୍ଜନ ସାହୁ, ଆଡଭାଇଜର ପ୍ରକାଶ ଚନ୍ଦ୍ର ପରିଡା ଙ୍କ ସମେତ ସଂଗଠନ ର ବହୁ ସଦସ୍ୟ ଉପସ୍ଥିତ ରହି ଥିଲେ। ପରିଶେଷରେ ସଂଗଠନ ର ଫାଉଣ୍ଡର ପ୍ରଶାନ୍ତ ମହାପାତ୍ର ଅତିଥି ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।