୧୯୪୭, ଭାରତ ବିଭାଜନ, ସ୍ମୃତିରେ କିଛି ଦୁଃଖଦ ଝଲକ

ବିପିନ ବିହାରୀ ମହାନ୍ତି
ବ୍ରିଟିଶ୍ ଶାସନରୁ ମୁକ୍ତ ହୋଇ ସ୍ୱାଧୀନ ଭାରତ ଗଠନପାଇଁ ୧୮୫୭ରୁ ୧୯୪୭ ଯାଏଁ ଭାରତୀୟମାନେ ସଂଗ୍ରାମ ଅବ୍ୟାହତ ରଖିଥିଲେ । ପ୍ରାଥମିକ ଅବସ୍ଥାରେ ଉଭୟ ହିନ୍ଦୁ ଓ ମୁସଲ୍‌ମାନ୍‌ମାନେ ସଂଗ୍ରାମରେ ଏକ ଲକ୍ଷ୍ୟ ରଖି ଏକ ଓ ଅଭିନ୍ନ ଥିଲେ; କିନ୍ତୁ ଯେତେବେଳେ ୧୯୦୬ ମସିହାରେ ମୁସଲିମ୍ ଲିଗ୍‌ର ମୂଳଦୁଆ ପଡ଼ିଲା ଏବଂ ପରବର୍ତ୍ତୀ ସମୟରେ ମୁସଲିମ୍ ଲିଗ୍ ଓ କଂଗ୍ରେସ୍ ମଧ୍ୟରେ ତାଳମେଳରହିଲା ନାହିଁ ଏବଂ ସାଂପ୍ରଦାୟିକ ସ୍ୱାର୍ଥ ରହିଲା, ସେଇଠୁ ସ୍ୱାଧୀନତା ପୂର୍ବରୁ ସ୍ୱତନ୍ତ୍ର ସ୍ୱାଧୀନ ଭୂଖଣ୍ଡ ପାଇଁ ମୁସ୍‌ଲିମ୍ ଲିଗ୍ ପକ୍ଷରୁ ଦାବୀ ରହିଲା । ମୁସଲିମ୍ ଲିଗ୍‌ର ନେତା ମହମ୍ମଦ ଅଲ୍ଳି ଜ୍ଜିନ୍ନା ଓ କଂଗ୍ରେସରୁ ପଣ୍ଡିତ ନେହେରୁଙ୍କ ୧୯୩୭ରେ ଇଉ.ପି. ନିର୍ବାଚନରେ ଆସନ ବଣ୍ଟା ଓ ଶାସନ ପରିଷଦରେ ସ୍ଥାନ ନେଇ ମତପାର୍ଥକ୍ୟ ଏହାକୁ ଆହୁରି ଉଗ୍ରରୂପ ଦେଲା ଯାହାକି ଦେଶ ବିଭାଜନ ପାଇଁ କ୍ଷେତ୍ରପସ୍ତୁତ କରିଦେଇଥିଲା ।
୩ ଜୁନ୍ ୧୯୪୭ଦିନ ଭାଇସ୍‌ରାୟ ଲର୍ଡ଼ ମାଉଣ୍ଟବ୍ୟାଟେନ୍ ଭାରତ ବିଭାଜନ ପାଇଁ ତାଙ୍କ ଯୋଜନା ତଥା ୧୫ ଅଗଷ୍ଟ ୧୯୪୭ରେ ସ୍ୱାଧୀନତା ଦେବା କଥା ଘୋଷଣା କରିଦେଲେ । ଏଥିପାଇଁ ଜଣେ ଲଣ୍ଡନୀ ଓକିଲ, ସାର ସିରିଲି ରେଡ଼୍‌କ୍ଲିଫ୍ ଯିଏକି ଭାରତ ଏହା ପୂର୍ବରୁ କେବେ ଦେଖିନଥିଲେ, ବିଭାଜନ ପ୍ରକ୍ରିୟାରେ ଅଂଶଗ୍ରହଣ ପାଇଁ ତାଙ୍କ ଦଳବଳ ଧରି ୮ ଜୁଲାଇ ୧୯୪୭ ରେ ନୂଆଦିଲ୍ଲୀରେ ହାଜର ହୋଇଗଲେ । ସାର୍ ରେଡ଼କ୍ଲିଫଥିଲେ ବାଉଣ୍ଡରୀ ବା ସୀମାରେଖା କମିଶନର ମୁଖ୍ୟ । ସେ କୌଣସି ଭାରତୀୟ ନେତୃବୃନ୍ଦଙ୍କୁ ଗୁରୁତ୍ୱ ନଦେଇ ଅଥବା ପରାମର୍ଶ ନନେଇ କେବଳ ସେ ସମୟର ଜଣଗଣନା ଫଳାଫଳ ଓ ସ୍ଥାନିକ ମ୍ୟାପ୍ ବା ରାଜନୈତିକମାନଚିତ୍ରକୁ ଧରି ବିଭାଜନ ମ୍ୟାପ୍ “ପ୍ରସ୍ତୁତ କରି ୧୩ ଅଗଷ୍ଟଦିନ ମାଉଣ୍ଟବ୍ୟାଟେନ୍ ଅର୍ଥାତ୍ ଇଂରେଜ ସରକାରଙ୍କୁ ଦାଖଲ କଲେ । ଏ ମ୍ୟାପ୍‌ର ରୂପରେଖ ୧୭ ଅଗଷ୍ଟ ଯାଏ ସର୍ବସାଧାରଣଙ୍କୁ ଜଣାନଥିଲା । ଅଥଚ ୧୪-୧୫ ଅଗଷ୍ଟ ୧୯୪୭ରେ ଭାରତ ପାକିସ୍ଥାନ ବିଭାଜନ ତଥା ହିନ୍ଦୁସ୍ଥାନ ଓ ପାକିସ୍ଥାନ ସ୍ୱତନ୍ତ୍ର ସ୍ୱାଧୀନ ରାଜ୍ୟ ଗଠନ କଥା ଘୋଷଣା କରିଦିଆଗଲା । ଅର୍ଥାତ୍ ଆମେ ସ୍ୱାଧୀନ ହେଲୁ ଅଥବା ସ୍ୱାଧୀନତା ପ୍ରାପ୍ତି ହେଲୁ । ଏକଥା ଏଠାରେ ସୂଚାଇ ଦେବାକୁ ଚାହୁଁଯେ, ରେଡ଼୍‌କ୍ଲିଫ୍ ବିଭାଜନ ମ୍ୟାପଟି ଧରାଇ ତାଙ୍କ ଦେଶକୁ ପ୍ରତ୍ୟାବର୍ତ୍ତନ କଲେ ଏବଂ ୧୯୭୮ ଯାଏଁ ଅର୍ଥାତ୍ ତାଙ୍କ ମୃତ୍ୟୁଯାଏଁ ସେ ଆଉ ଭାରତ କି ପାକିସ୍ଥାନ ମାଟିକୁ ମାଡ଼ିନାହାନ୍ତି ।
ଏହି ବିଭାଜନ ଘୋଷଣା ପରେ ଦେଖାଗଲା ଯେ ରେଡ଼କ୍ଲିଫ୍‌ଙ୍କ ସୀମାରେଖାର ଭୁଲପାର୍ଶ୍ୱରେ ନିୟୁତ ନିୟୁତ ଲୋକ ଛିଡ଼ାହୋଇ ଚିକ୍ତାର ଛାଡ଼ିଛନ୍ତି ଏବଂ ଦୁଇ ସଂପ୍ରଦାୟ ମଧ୍ୟରେ ସୀମା ନେଇ ହଣାକଟା ଲାଗିରକ୍ତ ସ୍ନାତ ଆରମ୍ଭ ହୋଇଯାଇଛି ଯାହାକି ମାନବ ଇତିହାସରେ ସବୁଠାରୁ ବୃହତ ନାରକୀୟ ଦଲିଲ୍ ହୋଇଯାଇଛି । ଗଣନାରୁ ଯାହା ଜଣାଯାଏ ଏଥିରେ ଦୁଇ ନିୟୁତ ଲୋକ ମୃତ୍ୟୁବରଣ କରିଛନ୍ତି ଏବଂ ପାଖାପାଖି ୧୫ ନିୟୁତ ଲୋକ ସ୍ଥାନାନ୍ତୀକରଣ/ ଦେଶାନ୍ତୀକରଣ ପାଇଁ ପ୍ରଥମ ଚାରି ବର୍ଷରେ ବାଧ୍ୟ ହୋଇଛନ୍ତି । ତଥାପି ଏହାର ପ୍ରକୃତ ହିସାବ ଦେଇହୁଏ ନାହିଁ ଯେହେତୁ ବିଭାଜନର ପ୍ରଥମ ତିନିବର୍ଷ ଧରି ପଶ୍ଚିମବଙ୍ଗଳା ଓ ପୂର୍ବ ପାକିସ୍ଥାନ ମଧ୍ୟରେ ଶରଣାର୍ଥୀ ଦେଶାନ୍ତୀକରଣ ଚାଲୁରହିଥିଲା । ୧୯୫୧ରେ ଜନଗଣନାକୁ ଆଧାରକରି ଜଣାଯାଇଛି ଯେ, ଭାରତରୁ ପାକିସ୍ଥାନକୁ ମୁସଲିମ୍‌ମାନଙ୍କର ଦେଶାନ୍ତୀକରଣ ସଂଖ୍ୟା ୭,୨୨୬,୦୦୦ ଏବଂ ପାକିସ୍ଥାନରୁ ଭାରତକୁ ସ୍ଥାନାନ୍ତୀକରଣ ହିନ୍ଦୁ ଓ ଶିଖ୍ ମାନଙ୍କ ସଂଖ୍ୟା ୭,୨୫୦,୦୦୦ ଯାହାକୁ ଭାରତ ବିଭାଜନର ତୁରନ୍ତ କ୍ଷଣରେ ଘଟିଥିଲା ।
ଦୁଃଖ ଯେ ନୂଆକି ଗଢ଼ି ଉଠିଥିବା ଭାରତ ଓ ପାକିସ୍ଥାନ ପାଇଁ ଏ ଶରଣାର୍ଥୀ ସମସ୍ୟା ତଥା ହିନ୍ଦୁ ଓ ମୁସଲମାନ ସଂପ୍ରଦାୟ ମଧ୍ୟରେ ଚାଲିଥିବା ଭୟଙ୍କର ହିଂସା ଓ ତତ୍‌ଜନିତ ହତ୍ୟା ବା ହାଣକାଟକୁ ଆୟତ କରିବା ପାଇଁ କେହି ସମର୍ଥ ବା ପୂର୍ବ ପ୍ରସ୍ତୁତି ନଥିଲେ ବିଶେଷ କରି ଯାହାକି ସୀମାରେଖା ଉଭୟ ପଟେ ଚାଲିଥିଲା । ଯଦିଓ ଏଭିତରେ ସାତ ଦଶନ୍ଧୀ ଅତ୍ରିକମ ହୋଇଗଲାଣି, ତଥାପି ସେଦନର କ୍ଷତକୁ ଅନୁଭବି ଏଯାଏଁ ଭୁଲିନାହାଁନ୍ତି ।
ଖ୍ରୀଷ୍ଟୀୟ ଅଷ୍ଟମ ଶତାବ୍ଦୀରୁ ଭାରତ ଭୂଖଣ୍ଡରେ ଉଭୟ ହିନ୍ଦୁ ଓ ମୁସଲ୍‌ମାନ ସଂପ୍ରଦାୟର ଲୋକମାନେ ଭାଇଭାଇ ହୋଇ ଶାନ୍ତି, ପ୍ରୀତି ଓ ମୈତ୍ରୀରେ ଚଳୁଥିଲେ । ସେମାନଙ୍କ ମଧ୍ୟରେ ସାଂପ୍ରଦାୟିକ ସଦ୍‌ଭାବ ଥିଲା । ଉଭୟ ସେମାନଙ୍କର ପର୍ବପର୍ବାଣୀରେ ଅଂଶୀଦାର ଥିଲେ । ସଂପ୍ରଦାୟକୁ ଆଧାର କରି କିଛି ବି ହିଂସା ବା ତକରାଳ ନଥିଲା ଅଥଚ ସାର କ୍ଲିଫ୍‌ଙ୍କର ଦେଶ ବିଭାଜନର ମ୍ୟାପ ପ୍ରସ୍ତୁତିର ମାତ୍ର କେଇଦିନ ଭିତରେ, ବଢ଼ିଗଲା ସାଂପ୍ରଦାୟିକ ଦଙ୍ଗା ହଙ୍ଗାମା, ହାଣକାଟ ଏବଂ ବିଭାଜନ ସୀମାରେଖାର ଉଭୟ ପଟେ ଚାଲିଲା ମହାଭାରତ ଯୁଦ୍ଧ ଯେଉଁଥିରେ ରଥୀ କି ମହାରଥୀ ନୁହନ୍ତି, ବଳି ପଡ଼ିଲେ ଉଭୟ ପକ୍ଷର ସାଧାରଣ ଲୋକ । ଏହା ଯେ କେତେ ଭୟଙ୍କର ଏବଂ ଦୁଃଖଦ ଥିଲା, ତାର କେତୋଟି କାହାଣୀ ନିମ୍ନରେ ଉପସ୍ଥାପନା କଲୁ ।
ଭାରତ ଓ ପାକିସ୍ତାନ ପ୍ରତି ରେଳ ଯାତ୍ରା / ଞକ୍ସବସଦ୍ଭ ଗ୍ଧକ୍ଟ ଚବଳସଗ୍ଦଗ୍ଧବଦ୍ଭ ଌ ଈବମଳ
“ଦିନେ ସକାଳୁ ମା’ ମୋତେ କହିଲେ,ଆମର ନିଷ୍ପତ୍ତି ହୋଇଛି ଯେ, ଆମକୁ ଦିଲ୍ଲୀ ଚାଲିଯିବାକୁ ହେବ । ଯେତେପାରୁଚ କମ୍ ଳୁଗାପଟା ଏବଂ ଆବଶ୍ୟକୀୟ ଜିନିଷ ଧର.. । ପ୍ରଥମେ ତୁମ ବାପାଙ୍କର ବଂଧୁ ମୌଲାନା ଆବୁଲ୍ କାଲାମ ଆଜାଦ୍‌ଙ୍କ ଘରକୁ ଯିବାକୁ ହେବ । ସେ ଆମକୁ ରହିବାକୁ ନିଶ୍ଚୟ ପ୍ରବର୍ତ୍ତାଇବେ ଏବଂ ନିରାପତ୍ତାର ଆଶା ସଂଚାର କରିବେ ।
ଆମେ ଦେଖୁଥାଉ ଯେ, ଆମ ସାଇ ପଡ଼ିଶାରେ ଥିବା ମୁସ୍‌ଲିମ୍ ମାନେ ତାଙ୍କ ଘରଖାଲି କରି ଦିଲ୍ଲୀର ପୁରୁଣାକିଲ୍ଳା ଅଥବା କିଲ୍ଲାବାହାରେ ଥିବା କୌଣସି ନିରାପଦ ସ୍ତାନକୁ ପଳାଇ ଯାଉଥାନ୍ତି । ବାପା କିନ୍ତୁ କୁଆଡ଼େ ଯିବାକୁ ଚାହୁଁନଥିଲେ । ଅନ୍ୟମାନେ ଚାଲିଗଲେ । ଆମେ ଏକା ହୋଇଗଲୁ । ଆମ ସାଇପଡ଼ିଶାର ଲୋକମାନେ (ହିନ୍ଦୁମାନେ) ଆମ ଘର ଉପରକୁ ନିଆଁଲଗା ଲୁଗା ଫିଙ୍ଗୁଥାନ୍ତି, ଟେକା ପଥର ବର୍ଷଣ କରୁଥାଆନ୍ତି । କିଛି ପରିବାର କହୁଥିଲେ ଯେ ତାଙ୍କ ପରିବାର ଓ ଘର ବିଶୃଙ୍ଖଳିତ କ୍ରୋଧୀ ଜନତା ଦ୍ୱାରା ଆକ୍ରମିତ ହୋଇସାରିଛି ଏବଂ ଳୁଟା ଯାଇସାରିଛି ।
ମୋ ଭିଣୋଇ ଯିଏକି ପଦାତିକ ବାହିନୀରେ ଥିଲେ ଏବଂ ଲୋକସଂପର୍କ ଦାୟିତ୍ୱରେ ଥିଲେ, ମୋ ପିତାମାତାଙ୍କୁ ପ୍ରବର୍ତ୍ତାଇଥିଲେ ଯେ, ତୁମ୍ଭେମାନେ ଆସ ମୋ ସଙ୍ଗରେ ପାକିସ୍ଥାନ ଚାଲିଯିବ । ଭାରତଛାଡ଼ି ପାକିସ୍ଥାନ ଚାଲିଯିବାରେ ଏହା ଏକ ପ୍ରକୃତ ସୁଯୋଗ ଭାବି, ତାଙ୍କର ଅନିଚ୍ଛାସତ୍ତ୍ୱେ, ସେ ତାଙ୍କ ପୈତୃକ ଗୃହ ଓ ସଂପର୍ତ୍ତି ତ୍ୟାଗ କରିବାକୁ ବାଧ୍ୟହେଲେ ।
ଆମେ ସିଧାସଳଖ ମୌଲାନା ଆଜାଦଙ୍କ କୋଠି, ନୂଆଦିଲ୍ଲୀକୁ ଗଲୁ । ସେ ସେଠି ଏକା ଥାଆନ୍ତି । ଆମେ ସେଠି ତିନିଦିନ ରହିଲୁ । କାଳେ ପରିସ୍ଥିତି ୟା ଭିତରେ ବଦଳିପାରେ ବୋଲି ସେ ବାପାଙ୍କ ୁଆଉ କିଛି ଦିନ ଅପେକ୍ଷା କରିବାକୁ କହିଲେ । କିନ୍ତୁ ବାପା ଜାଣିଥିଲେ ଯେ ଏପରି ଅବସ୍ଥା ପୁଣି ଫେରି ନପାରେ । ମୋ ଭିଣୋଇ ଶେଷରେ ଏକ ସାମରିକ ବାହିନୀର ରେଳରେ ଆମ ପାଇଁ ଟିକିଏ ଯାଗାକରିଦେଲେ । ମୁଁ ପରେ ଜାଣିବାକୁ ପାଇଲି ଯେ ମୋ ବାପାଙ୍କୁ ମୌଲାନା ଯାହା କହିଥିଲେ- ମିର୍ଜା ସାହେବ (ମୋବାପା), ମୁଁ ଅନୁଭବ କରିଛି ଯେ ସେଦିନ ଦିଲ୍ଲୀକୁ ଲୁଟିଦିଆଗଲା । ଆମେ ଗୋଧୂଳି ବେଳାରେ ଟ୍ରେନ୍ ଯୋଗେ ଦିଲ୍ଳୀ ଛାଡ଼ିଲୁ ଅଥଚ ଆମ ଯିବାର ଲକ୍ଷ୍ୟସ୍ଥଳ ଆମକୁ ଜଣାନଥିଲା । ତେବେ ଆମେ ଏତିକି ଜାଣିଥିଲୁ ଯେ, ପାକିସ୍ଥାନ ଯାଉଛୁ ।
ଟ୍ରେନ୍ ଏକ ଛୋଟ ଷ୍ଟେସନ୍‌ରେ ସୀମା ପାରହେବା ପୂର୍ବରୁ ଅଟକିଲା କାରଣ ସେପଟୁ ପାକିସ୍ଥାନରୁ ଗୋଟେ ଟ୍ରେନ୍ ଆସୁଥିଲା । ତା’ପରେ ଦୁଇଟି ଯାକ ଟ୍ରେନ୍ ସେଠି ପାଖାପାଖି ରହିଲେ । ଆମେ କେବଳ ପରସ୍ପରକୁ ନିର୍ବାକ ହୋଇ ଚାହିଁ ରହିଥିଲୁ ।
ଏହା ପ୍ରକୃତରେ ଥିଲା ଏକ ଅଦ୍ଭୁତ ଦୃଶ୍ୟ । ମୁଁ ନିଶ୍ଚିତ ଯେ, ସେମାନେ ଆମଠି ପ୍ରବଳ ରାଗୁଥିଲେ । ଆମକୁ ବି ସେମିତି ଜବରଦସ୍ତ ଘରୁ ବାହାର କରିଦେଇ ଥିବାରୁ ସେଇ ଅନୁଭବ ନେଉଥିଲୁ । ହଠାତ୍ ଆମେ ଟ୍ରେନ୍‌ର ଝରକା ଓ କବାଟ ସବୁବନ୍ଦ କରିଦେଲୁ କାରଣ ସେଠାର ପରସ୍ପର ବିରୋଧି ସ୍ଲୋଗାନ୍ ଆରମ୍ଭ ହୋଇଯାଇଥିଲା । ଅମୃତସରଠାରେ ଇଞ୍ଜିନଚାଳକମାନେ ପରିବର୍ତ୍ତନ ହେଲେ । ତା’ପରେ ଆମେ ଓ୍ୟାଘା ପହଞ୍ôଚଲୁ, ଟ୍ରେନ୍ କିଛି ସମୟ ଅଟକିଲା, ଏହା ପରେ ଆମେ ଲାହୋର ପହଞ୍ôଚଲୁ । ଏଇଠି ପ୍ରଥମକି ଆମେ ଟ୍ରେନ୍‌ରୁ ଅବତରଣ କରିଥିଲୁ । ଆମର ଶେଷ ଲକ୍ଷ୍ୟସ୍ଥାନ ଥିଲା ରାଓଲ୍‌ପିଣ୍ଡି ଯେଉଁଠି ଆମେ ୨୩ ସେପ୍ଟେମ୍ବର ୧୯୪୭ରେ ପହଞ୍ôଚଲୁ ।
:ଅମିତ୍ ବରୁହାଙ୍କ ପ୍ରତି ହୁସେନ୍ ଅକ୍‌ତାର, ସାମ୍ବାଦିକ, ‘ଡ଼ନ୍‌’

ଦ୍ୱେଷର ବାତ୍ୟା (ସାଇକ୍ଲୋନ୍ ଅଫ୍ ହାଟ୍ରେଡ଼୍‌)
ଏସ୍‌. କେ. ଘୋଷ ଜଣେ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ଯିଏକି ପୂର୍ବ ପାକିସ୍ଥାନର ଗୋଟିଏ ଗାଁରେ ବାସକରୁଥିଲେ । ସେ ଗାଁରେ ୯୦ ପ୍ରତିଶତ ଲୋକ ମୁସଲ୍‌ମାନ ଥିଲେ । ସେଠି ସାଂପ୍ରଦାୟିକ ଚାପ ନେଇ ଇତିହାସର କୌଣସି ପ୍ରମାଣ ନଥିଲା ଅଥଚ ଯେତେବେଳେ ବିଧ୍ୱଂସକାରୀ ନାଟକ ଆରମ୍ଭହେଲା ଏଠି କେହି କାହାର ଆୟତ ଭିତରେ ନଥିଲେ । ଏହାକୁ ଶ୍ରୀ ଷଘାଷ କୁହନ୍ତି:ବିଦ୍ୱେଷର ବାତ୍ୟ:(ଉଚ୍ଚମକ୍ଷକ୍ଟଦ୍ଭର କ୍ଟଲ ଐବଗ୍ଧକ୍ସରୟ) । ଏଥିରେ ଲୋକମାନେ ହତ୍ୟା ହେଲେ, ତାଙ୍କ ସଂପତ୍ତିକୁ ଲୁଟ୍ କରାଗଲା ଅଥବା ନିଆଁ ଲଗାଇ ଦିଆଗଲା । ଏପରି ଏକ ଘଟଣା ବିଶ୍ୱାସର ବାହାରେଥିଲା । ସେତେବେଳେ ମୁଁ କଲିକତାରେ ଥିଲି ଏବଂ ଭାଙ୍ଗିପଡ଼ିଲି ଯେତେବେଳେ ଦେଖିଲି ମୋର ଅନ୍ୟ ପରିବାରର ସଭ୍ୟମାନେ, ସେଠାରେ ଶରଣାର୍ଥୀ ଭାବେ ପହଞ୍ଚିଯାଇଛନ୍ତି । ଯଦିଓ ସେମାନଙ୍କ ମଧ୍ୟରୁ କେତେକ ଶରଣାର୍ଥୀ କ୍ୟାମ୍ପରେ ନରହି, ସେମାନଙ୍କ ବଂଧୁ ଘରେ କଲିକତାରେ ଆଶ୍ରୟ ନେଇଥିଲେ, ସେମାନଙ୍କ ନାମ ଶରଣାର୍ଥୀ ଖାତାରେ ଦରଦ କରି ଥାଆନ୍ତି । ସେମାନଙ୍କର କୌଣସି ଆୟ ନଥିଲା । ସେମାନେ କେବଳ ସରକାରଙ୍କଠାରୁ ପାଉଥିବା ସପ୍ତାହକୁ ୩ ଟଙ୍କା ଦାନ ଉପରେ ବଡ଼ ଦୁଃଖରେ ବଂଚିଥାଆନ୍ତି । ଅବଶ୍ୟ କ୍ରମଶଃ ଅବସ୍ଥା ସୁଧୁରିବାକୁ ଲାଗିଲା । ତଥାପି ସେଦିନ ମୋ ମସ୍ତିଷ୍କ ଭିତରେ ରହିଯାଇଥିବା କାହାଣୀ କେବେ ବି ଭୁଲିବାର ନୁହେଁ ।
ଯେତେବେଳେ ଲୋକମାନେ ତାଙ୍କ ଛାଇକି ବି ଡ଼ରୁଥିଲେ ।
ଜେ. ଏସ୍ ବୁଟାଲିଆ, ଜଣେ ଅବସର ପ୍ରାପ୍ତ ସାମ୍ବାଦିକ, ନିଜେ ଚଳାଉଥିବା ଟ୍ରକରେ ୫୦/୬୦ଲୋକଙ୍କୁ ତାଉପରେ ତାଉପରେ ଲଦି ଲାହୋରରୁ ଅମୃତସର ପଳାଇଆସିଲେ । ସେତେବେଳେକୁ ତାଙ୍କୁ ୨୭ବର୍ଷ ଏବଂ ସେ ଟ୍ରିବ୍ୟୁନ ପତ୍ରିକାରେ ସହ ସଂପାଦକ ଥାଆନ୍ତି ଏବଂ ତାଙ୍କ କର୍ମକ୍ଷେତ୍ରରୁ ମାତ୍ର କେଇବାଟ ଦୂରରେ ଲାହୋରରେ ତାଙ୍କ ବଂଧୁମାନଙ୍କ ସହ ଖୁସିରେ ଥାଆନ୍ତି ।
ତାଙ୍କ ଗାଁ ସାରଗୋଧାରେ ତାଙ୍କ ପିତାମାତା ରହୁଥାଆନ୍ତି । ଭାରତକୁ ପଳାୟନ ପୂର୍ବରୁ ସେତିନିଦିନ ଧରି ତାଙ୍କ କାର୍ଯ୍ୟାଳୟର ଭିତରେ ଆବଦ୍ଧ ଥିଲେ କାରଣ ବାହାରକୁ ଆସିବାକୁ ସାହସ କରିବା ତାଙ୍କ ପାଇଁ ଦୁଃସାଧ୍ୟ ଥିଲା । ସାରା ସହରଟିରେ ଏକ ଭୟଙ୍କର ଗୁଜବ ବା ଜନରବ ବ୍ୟାପିଯାଇଥାଏ । ଏମିତିକି ଲୋକେ ବି ନିଜ ଛାଇକି ଡ଼ରୁଥିଲେ । ସେ କୁହନ୍ତି କି ମୋର ମନେ ଅଛି ଦିନେ ରାତି କାମସାରି ଘରକୁ ଫେରୁଥାଏ । ଦେଖିଲି ଯେ, କେହି ଜଣେ ମୋତେ ଅନୁସରଣ କରୁଛି, ଏମିତିକି ମୋ ଘର ଛକଠି ମୁଁ ପହଞ୍ôଚଲାଯାଏ । ସେ ମୋ ପଛେ ପଛେ କିଛି ଦୂରରେ ଅଛି । ମୁଁ ଅଟକି ଗଲି । ପଛକୁ ଗଲି ଏବଂ ତା ବିଷୟରେ ପଚାରିଲି । ସେ କହିଲା ତା’ ଘର ସେଇଠି ଏବଂ ସେଭାବିଥିଲା ମୁଁ କୁଆଡ଼େ ତାଙ୍କୁ ନଜର ରଖିଥିଲି । ତାପରେ ଦୁହେଁ ଥୋକାଏ ସମୟ ମନଖୋଲା ହସ ହସିଲୁ । ସେ ଜଣେ ମୁସଲମାନ ଥିଲେ । ଆମେ ପରସ୍ପରଠୁ ବିଦାୟ ନେଲା ବେଳେ ଅଭିବାଦନ ଜଣାଇଥିଲୁ “ଖୋଦା ହାପିଜ” । ସେ ଥିଲା ଆମର ପ୍ରଥମ ଓ ଶେଷ ସାକ୍ଷାତ । ପରିସ୍ଥିତି ଏପରି ହେଲା ଯେ, ମୁଁ ମୋ କାର୍ଯ୍ୟାଳୟରୁ ପଦାକୁ ବି ବାହାରି ପାରିନାହିଁ ।
ଯେଉଁ ଟ୍ରକ୍‌ରେ ବୁଟାଲିଆ ଓ ତାଙ୍କ ସାଂଗମାନେ ଆସିଥିଲେ ସେଇଟା ତାଙ୍କ ଟ୍ରିବ୍ୟୁନର ପରିଚାଳନା ସମିତି ତରଫରୁ ତାଙ୍କୁ ଯୋଗାଇ ଦିଆଯାଇଥିଲା । ସେ କୁହନ୍ତି : ଯଦିଓ ସ୍ଥିତି ବଡ଼ ଗମ୍ଭୀରଥିଲା, କେହି ତାଙ୍କୁ ଭାବିନଥିଲେ ଯେ, ସବୁଦିନ ପାଇଁ ସେ ଲାହୋର ଛାଡ଼ିଛନ୍ତି । ଆମର ମୁସଲ୍‌ମାନ୍ ବଂଧୁମାନେ ଆମକୁ ଶେଷ ବିଦାୟ ଦେବାକୁ ଆସିଥିଲେ ଏବଂ ଏହା ଆମର ଥିଲା ଶେଷ ଦେଖା ।
ପ୍ରକୃତ ବାସ୍ତବତା ପ୍ରଥମ ଥର ପାଇଁ ତାଙ୍କ ସହିତ ତାଙ୍କ ଟ୍ରକ୍ ସହାଯାତ୍ରୀଙ୍କୁ ବାଧିଲା ଯେତେବେଳେ ସେମାନେ ଇସ୍‌ଲାମର ଅମୃତସର ପାଖ ରାସ୍ତା ଲୁଗାକକ ଅଞ୍ଚଳମାନଙ୍କ ପାଖରେ ପହଞ୍ôଚଲେ ଏବଂ ଶ୍ରମିକମାନଙ୍କ ସହ ଦେଖାହେଲେ । ସେଠି ସେମାନେ ଦେଖିଲେ ଯେ ଗୃହଦାହ ଓ ଲୁଟ୍‌ତରାଜ ଚାଲିଛି । ଆମେ ଗୋଟିଏ ଫ୍ୟାକ୍ଟିରୀ ଭିତରେ ଅଟକି ଗଲୁ । ସାରାରାତି ଆମକୁ ଭୟ ଓ ଯନ୍ତ୍ରଣାର ଚିତ୍‌କାର ଓ ବନ୍ଧୁକ ଗୁଳିର ଆୱାଜ ଶୁଣାଯାଉଥିଲା । ଗୃହଦାହର ନିଆଁ କି ଦିଶୁଯାଉଥିଲା । ପରଦିନ ସକାଳୁ ଶୁଣିଲୁ ଯେ ପାଖାପାଖି ୨୫-୨୬ ଲୋକଙ୍କୁ ହତ୍ୟା କରାଯାଇଛି ଯଦିଓ ସେମାନେ କିଏ ବୋଲି ଆମେ ଜାଣିନଥିଲୁ । ସେମାନେ ନିଶ୍ଚିତ ଭାବେ ମୁସିଲିମ୍ ଯେଉଁମାନେ ଭାରତ ଛାଡ଼ି ପାକିସ୍ଥାନ ପଳାଉଥିଲେ । ଭାରତରେ ମୋର ପ୍ରାଥମିକ ସ୍ଥିତି ବଡ଼ ଦୟନୀୟ ଥିଲା । ମୁଁ ପାକିସ୍ଥାନରେ ସବୁ ଛାଡ଼ି ଆସିଥିଲି, କାରଣ ମୋତେ ୧୯୪୭ର ସର୍ତ୍ତାନୁସାରେ ସବୁକିଛି କରିବାର ଥିଲା । ମୁଁ ବୁଟାଲାର ଗୋଟେ ମୁସଲ୍‌ମାନ ଗାଁରେ ଜନ୍ମନେଇ ବଢ଼ିଥିଲି । ସେଠି ୩୦୦ ମୁସଲ୍‌ମାନ ପରିବାର ଥିଲେ ଓ ମାତ୍ର ୧୦ରୁ ୧୫ ହିନ୍ଦୁ ପରିବାର ଥିଲେ; କିନ୍ତୁ ଆମ୍ଭେମାନେ ଏମିତି ଏକ ସଦ୍‌ଭାବରେ ବଂଚିଥିଲୁ ଯେ, ଆମଭିତରୁ କିଏ କ’ଣ ବୋଲି ଆମେ ଜାଣିପାରୁନଥିଲୁ । ହିନ୍ଦୁ ଓ ମୁସଲ୍‌ମାନଙ୍କ ମଧ୍ୟରେ ଏମିତି ଗୋଟିଏ ଭୟଙ୍କର ଘଟିଯିବ, ଏକଥା ଆମେ ସ୍ୱପ୍ନରେ ବି ଭାବିନଥିଲୁ । ପଛକୁ ଚାହିଁଲେ ଯେତେ ଭୟ ଲାଗୁଛି, ସେତିକି ମୋତେ ଲଜ୍ଜା ଲାଗୁଛି । ତେବେ ଶେଷରେ ଏତିକି କହିବି ଯେ ଅତୀତର ସେ ଆବେଗପୂର୍ଣ୍ଣ ସ୍ମୃତି, ଗୃହବିରହାତୁରତା ମନେପକାଇ ମୁଁ ଦୁଃଖରେ ବିଭୋରିତ ହୋଇ ପଡ଼ିଛି । (ପ୍ରତି:ଏଚ୍‌.ଏସ୍ ସୁର୍‌ର)

କହି ବସିଲେ କାହାଣୀ ସରିବ ନାହିଁ । ଅନ୍ତତଃ ଏଥିରୁ ଏତିକି ବୁଝିହେବ ଯେ, ଏସବୁର କାରଣ କ’ଣ ? ଏଥିପାଇଁ ଦାୟୀ କିଏ ? କାହାପାଇଁ କିଏ ହେଲେ ଶିକାର କାହିଁକି ହେଲା ଅଖଣ୍ଡ ଭାରତ ଖଣ୍ଡ ବିଖଣ୍ଡ ?
ଆମେ କାହାମୂଲ୍ୟରେ ସ୍ୱାଧୀନ ଭାରତର ଜଣେ ଜଣେ ସଦସ୍ୟ ? ନିଜକୁ ପ୍ରଶ୍ନକଲେ ଉତ୍ତର ଖୋଜିଲେ ମିଳେନା: ଆମେ ସ୍ୱାଧୀନ ତ !
ତଥାପି ଗାଇବାକୁ ହୁଏ:
ସ୍ୱାଧୀନ ଭାରତ କି ଜୟ !
ମହାତ୍ମା ଗାନ୍ଧୀକି ଜୟ !
ଜୟ ହିନ୍ଦ୍ !
ଅଧ୍ୟକ୍ଷ, ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ
ବିକାଶ ନଗର, ଜଟଣୀ, ଖୋର୍ଦ୍ଧା, ମୋ., ୯୯୩୮୩୪୪୧୩୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ