ନିଜ ପିତାଙ୍କ ମୃତ୍ୟୁର ଦ୍ଵାଦଶ ଦିବସରେ ମେଡିକାଲରେ ରୋଗୀଙ୍କୁ ଶୁଖିଲା ଖାଦ୍ୟ ଓ ଫଳ ବଣ୍ଟନ

କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ):ନିଜ ପିତାଙ୍କ ମୃତ୍ୟୁ ପରେ ପିତାଙ୍କ ଦ୍ୱାଦଶ ଦିବସ ରେ ଝିଅ ଙ୍କ ମହାନ କାର୍ଯ୍ୟ କୁ ଲୋକଙ୍କ ପ୍ରଶଂସା। କରଞ୍ଜିଆ ଏନଏସି ୱାର୍ଡ ନଂ ୧0 ରେ ବସବାସ କରୁଥିବା ଦିପ୍ତିମୟୀ ମହାରଣା ତାଙ୍କ ସ୍ବର୍ଗତ ପିତା ଅଚ୍ୟୁତ କୁମାର ମହାରଣା ଙ୍କ ମୃତ୍ୟୁ ର ଦ୍ୱାଦଶ ଦିବସ ରେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ ରେ ଏକଶହ ରୋଗୀଙ୍କୁ ଶୁଖିଲା ଖାଦ୍ୟ ଓ ଫଳ ବଣ୍ଟନ କରିଛନ୍ତି।ଆଜି ଦିବା ଚାରି ଘଟିକା ସମୟରେ ଡାକ୍ତରଖାନା ରେ ତାଙ୍କ ସହିତ ତାଙ୍କ ବଡ଼ ଭାଇ ଲିଙ୍ଗରାଜ ମହାରଣା ଓ ମେଡିକାଲ ପରିଚାଳକ ଆଲୋକ ଗୋଛାୟତ, ସିନିଅର ନର୍ସ ଅହଲ୍ୟା ରାଉତ, ସମାଜସେବି ତତନ କୁମାର ସିଂ, ସୁଲୋଭ ସିଂପ୍ରମୁଖ ଉପସ୍ଥିତ ଥିଲେ ପ୍ରିତମ ସିଂ, ଅଭିଷେକ ସିଂ,ଜଗଦୀଶ ମାଟିଆ, ମାନସ ରାମ ପିଙ୍ଗୁଆ ଖାଦ୍ୟ ଓ ଫଳ ବଣ୍ଟନ ରେ ସହଯୋଗ କରିଥିଲେ।ପିତାଙ୍କ ଦ୍ୱାଦଶ ଦିବସ ରେ ଝିଅ ଦିପ୍ତିମୟୀ ମହାରଣା ଙ୍କ ଏହି ମହତ କାର୍ଯ୍ୟ କୁ ରୋଗୀ ଓ ତାଙ୍କ ସମ୍ପର୍କୀୟ ଙ୍କ ସହିତ ଅଞ୍ଚଳ ବାସୀ ପ୍ରସଂଶା କରିବା ସହିତ ସାଧୁବାଦ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ