ଶନିଦେବଙ୍କ ଵାର୍ଷିକ ଉତ୍ସବ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ସମ୍ମୁଖସ୍ଥ ଶ୍ରୀ ଶ୍ରୀ ଶନିଦେବଙ୍କ ୩୭ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ପୂଜକ ନାରାୟଣ ପଣ୍ଡା ତତ୍ଵାବଧାନରେ ପ୍ରଥମେ ଘଟ ପୂଜା ଆରମ୍ଭ ହୋଇଥିବା ବେଳେ ପରେ ପରେ ସହଯୋଗୀ ପୂଜକ ଚକ୍ରଧର ପଣ୍ଡା, ମନୋଜ ପଣ୍ଡା, ସୋମନାଥ ପଣ୍ଡାଙ୍କ ଦ୍ଵାରା ନାନାଦି ଦେଵାଦେଵୀ ପୂଜା ଆୟୋଜନ ହୋଇଥିଲା। ଏହା ବ୍ୟତୀତ ଵରାଣୀ କର୍ମ, ଶନି ଦେବଙ୍କ ଷୋଡ଼ଶ ଉପଚାର ପୂଜା, ହୋମ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ଏଥିରେ ଶିକ୍ଷାବିତ ଵିଦ୍ୟାଧର ଦ୍ଵିବେଦୀ ଓ ଲତାଞ୍ଜଳୀ ଦ୍ଵିବେଦୀ ସଂକଳ୍ପ କର୍ତା ଭାବେ ଦାଇତ୍ଵ ନିର୍ବାହ କରିଥିଲେ। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଉତ୍ସବକୁ ହେମନ୍ତ ଜେନା, ଦେବେନ୍ଦ୍ର ଦାସ, ଶରତ ପଲେଇ, ଲଳିତ ରାଉତ, ସୁରେନ୍ଦ୍ର ପାତ୍ର, ଵିଷ୍ଣୁ ଚରଣ ଦାସ ପ୍ରମୁଖ ପରିଚାଳନା କରିଥିଲେ।