ଜିଲ୍ଲା କଂଗ୍ରେସ ଭବନରେ ସଦଭାବନା ଦିବସ ପାଳିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ କମିଟି ଆନୁକୂଲ୍ୟରେ କଜଳାସ୍ଥିତ ଜିଲ୍ଲା କଂଗ୍ରେସ ଭବନରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗୀୟ ରାଜୀବ ଗାନ୍ଧୀଙ୍କ ୭୮ତମ ଜୟନ୍ତୀ ତଥା ସଦଭାବନା ଦିବସ ଶନିବାର ପାଳିତ ହୋଇଯାଇଛି । ପ୍ରାରମ୍ଭରେ କଂଗ୍ରେସ ଭବନ ପରିସରରେ ଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ କଂଗ୍ରେସ ଭବନ ସଭାଗୃହରେ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଫଟୋଚିତ୍ରରେ ଉପସ୍ଥିତ କଂଗ୍ରେସ ନେତୃମଣ୍ଡଳୀ ଓ କର୍ମୀମାନେ ମାଲ୍ୟାର୍ପଣ କରିଥିଲେ । ଏହି ଉପଲକ୍ଷେ ଅନୁଷ୍ଠିତ ଆଲୋଚନା ଚକ୍ରରେ ଜିଲ୍ଲା କଂଗ୍ରେସ କମିଟିର ବରିଷ୍ଠ ଉପସଭାପତି ପ୍ରଫୁଲ୍ଲ କୁମାର ଦାସ ସଭାପତିତ୍ୱ କରି ନିଜର ଅଭିଭାଷଣରେ ସ୍ୱର୍ଗତ ସ୍ୱର୍ଗତ ଗାନ୍ଧୀଙ୍କର ଭାରତବର୍ଷ ପାଇଁ ଥିବା ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ଇନଫରମେସନ ଟେକ୍ନୋଲୋଜି କାର୍ଯ୍ୟକ୍ରମକୁ ଭାରତବର୍ଷରେ କାର୍ଯ୍ୟକ୍ଷମ କରାଇଥିବାରୁ ଅର୍ଥନୈତିକ, ସାମାଜିକ ବ୍ୟବସ୍ଥାର ଅଗ୍ରଗତି ପଥରେ ଆଜି ଦେଶ ସର୍ବାର୍ଗ୍ରେ ରହିଛି । ଯୁବ ସମାଜକୁ ବେକାରୀରୁ ବଞ୍ଚିତ କରାଇବା, ୧୮ବର୍ଷର ଯୁବକ, ଯୁବତୀମାନଙ୍କୁ ଭୋଟଦାନରେ ସାମିଲ କରାଇବା ଓ ପଞ୍ଚାୟତିରାଜ ବ୍ୟବସ୍ଥାକୁ ତୃଣମୂଳ ସ୍ତରର ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାର ସୁବନ୍ଦୋବସ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ଫକିର ଚରଣ ଖଟୁଆ, ଯୁବ କଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲ, ମୁକ୍ତାର ଖାଁ, ରାଜମୋହନ ସ୍ୱାଇଁ, କମଳାକାନ୍ତ ବେହେରା, ସର୍ବେଶ୍ୱର ସେଠୀ, ସଂଜୀବ ବିଶ୍ୱାଳ ପ୍ରମୁଖ ସ୍ୱର୍ଗତ ଗାନ୍ଧୀଙ୍କ ଜୀବନାଦର୍ଶ ଉପରେ ଆଲୋଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ