କୋଣାର୍କ ଚତୃପର୍ଶ୍ଵ ସୌନ୍ଦର୍ଯ୍ୟ କରଣ ପାଇଁ ଏଯାଏଁ ସମସ୍ତଙ୍କୁ ମିଳିନି କ୍ଷତିପୂରଣ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ସୌନ୍ଦର୍ଯ୍ୟ କରଣ ଓ ଛ’ଲେନ ରାସ୍ତା ନିର୍ମାଣ ପାଇଁ କିଛି ଘର ଉଛେଦ ହେଉଥିବା ବେଳେ ଏମାନଙ୍କୁ ଥଇଥାନ ଓ କ୍ଷତିପୂରଣ ପ୍ରଦାନ ନିମନ୍ତେ ବିଭାଗୀୟ କର୍ତ୍ତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଚି଼ହ୍ନଟ କରାଯାଇ ଅଛି | ସର୍ଭେ କାର୍ଯ୍ୟ ସମାପ୍ତ ଓ ମାପଚୁପ ପରେ ୮୧ ଟି ଘର ଉଛେଦ ପାଇଁ ପଦକ୍ଷେପ ନିଆଯାଇଅଛି | ଏହି ଉଛେଦ ପାଇଁ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଡାକବଙ୍ଗଳା ରେ ଏକ ଜଣାଶୁଣାନି ମଧ୍ୟ ଆୟୋଜିତ ହୋଇଥିବା ବେଳେ ଲୋକମାନେ ନିଜର ଆପତ୍ତି ଅଭିଯୋଗ କରିଥିଲେ | ହେଲେ ସମସ୍ତ କାର୍ଯ୍ୟରେ ସ୍ୱଚ୍ଛତା ନଥିବା ସାଧାରଣରେ ଅଭିଯୋଗ ହେଉଛି | ଏପରିକି ଥଇଥାନ ପ୍ରଦାନ ରେ ବ୍ୟାପକ ପ୍ରିୟାପ୍ରିତୀ କରାଯାଇଥିବା ସାଧାରଣରେ ଚର୍ଚ୍ଚା ଯୋର ଧରିଛି | ଏହିପରିପ୍ରେକ୍ଷୀ ରେ ପ୍ରଶାସନ ପକ୍ଷରୁ କିଛି ହିତାଧିକାରୀଙ୍କ ଜମାଖାତା କୁ ଅର୍ଥପୈଠ କରାଯାଇଥିବା ବେଳେ ଅନ୍ୟ ଉଛେଦକାରୀ ବଞ୍ଚିତ ହୋଇଥିବା ଜଣାପଡିଛି | ଅନ୍ୟପଟେ ଅର୍ଥ ଗ୍ରହଣ କରିଥିବା ଗୃହମାଲିକ ମାନଙ୍କୁ ଆସନ୍ତା ୨୩ |୮ |୨୨ ରିଖ ରେ ଗୃହପରିତ୍ୟାଗ କରିବା ପାଇଁ ନୋଟିସ କରାଯାଇଅଛି | ସର୍ଭେ ରେ ଉଛେଦ ପାଇଁ ଅନ୍ୟ ଘର ମାଲିକ ମାନେ ଆଶଙ୍କା ଭିତରେ ରହିଥିବାବେଳେ, ବର୍ଷା ଓ ବନ୍ୟା ସମୟରେ ଯଦି ଗୃହପରିତ୍ୟାଗ କରିବା ପାଇଁ କୁହାଯାଏ ତେବେ ସେମାନେ ପିଲାଛୁଆ ନେଇ କୁଆଡେ ଯିବେ ବୋଲି ଭୟଭୀତ ଅବସ୍ଥାରେ ଥିବା ଜଣାପଡିଛି | ୮୧ ଜଣ ଗୃହମାଲିକଙ୍କ ମଧ୍ୟରୁ କିଛି ଲୋକଙ୍କୁ କ୍ଷତିପୂରଣ ରାଶି ମିଳିଥିବା ବେଳେ ଅନ୍ୟ ମାନଙ୍କୁ କେବେ ମିଳିବ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି |


