ରଘୁନାଥପୁର ଛକ ନିକଟରେ ବାଇକ ଓ ଟ୍ରକ ଧକ୍କା :୩ ଗୁରୁତର
ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ବ୍ଲକ ଅନ୍ତର୍ଗତ ରଘୁନାଥପୁର ଛକ ନିକଟ ଜାତୀୟ ରାଜପଥରେ ଏକ ଟ୍ରକ କୁ ଧକ୍କା ଦେଲା ବାଇକ l ଫଳରେ ବାଇକ ରେ ବସିଥିବା ୩ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି l ଗୁରୁତର ୩ ଜଣ ଯୁବକ ଙ୍କ ପରିଚୟ ମିଳିନଥିବା ବେଳେ ଟ୍ରକ ଟି ଘଟଣା ସ୍ତଳରୁ ଚାଲିଯାଇଥିବା ସୂଚନା ମିଳିଛି l ଘଟଣାର ଖବର ପାଇ ଚମାଖଣ୍ଡି ଥାନା ପୋଲିସ ଘଟଣା ସ୍ଥଳ ରେ ପହଂଚି ଗୁରୁତର ଆହତ ହୋଇଥିବା ଯୁବକ ମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡିକାଲ କୁ ପଠାଇଛନ୍ତି l ସୂଚନା ଯୋଗ୍ୟ ଯେ, ଛତ୍ରପୁର ପଟୁ ଏକ ବାଇକ ଯୋଗେ ତିନି ଜଣ ଯୁବକ ଆସୁଥିବା ବେଳେ ଏକ ଟ୍ରକ କୁ ଧକ୍କା ଦେଇଥିଲେ l ଫଳରେ ତିନି ଜଣ ଯୁବକ ଗୁରୁତର ଆହତ ହୋଇଥିଲେ l


