୫୦୦ ଲୋକ ଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ପିପିଲି ବ୍ଲକ କଣ୍ଟି ପଞ୍ଚାୟତ ର ବାରିମୂଳ ଗ୍ରାମ ଆଜକୁ ୪ଦିନ ହେବ ବନ୍ୟା ପାଣି ଘେର ରେ ରହିଛି। ଲୋକ ମାନଙ୍କ ଘରେ, ଚୁଲି ରେ ପାଣି ପଶି ଯାଇଥିବାରୁ ଲୋକ ମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ପ୍ରଶାସନ ପକ୍ଷରୁ ଗ୍ରାମବାସୀ ମାନଙ୍କୁ କେବଳ ଚୁଡ଼ା, ଗୁଡ଼ ପ୍ରଦାନ କରାଯାଇଛି ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ଏହି ସମୟରେ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ ସୁରେନ୍ଦ୍ର ବେହେରା, ନାରାୟଣ ମିଶ୍ର,
ମହେଶ୍ବର ବେହେରା, ପଦ୍ମଲାଭ ପ୍ରଧାନ, ସରୋଜ ପରିଡ଼ା, ବୁଦ୍ଧାନାଥ ବେହେରା, ବିଶ୍ଵନାଥ ବେହେରା ପ୍ରମୁଖ ଉକ୍ତ ଗାଁ କୁ ଯାଇ ବନ୍ୟା ପାଣି ଘେର ରେ ଥିବା ପ୍ରାୟ ୫୦୦ ଲୋକ ମାନଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରିଛନ୍ତି। ଜିଲ୍ଲା ବିଜେପି ସଭାପତି ସରସ୍ଵତୀପୁର ପଞ୍ଚାୟତ ର ଦକ୍ଷିଣ ସାହି ନଦୀ ବନ୍ଧ କୁ ଯାଇ ବନ୍ଧ ର ଅବସ୍ଥା ଅନୁଧ୍ୟାନ କରିବା ସହିତ ତଳିଆ ଅଞ୍ଚଳ ଗ୍ରସ୍ତ କରି ବିପନ୍ନ ମାନଙ୍କ ସହିତ କଥାବାର୍ତ୍ତା ହୋଇଛନ୍ତି । ଭାର୍ଗବୀ ନଦୀ ବନ୍ଧ ର ନୂଆ ଶାସନ ଠାରେ ଘଳିଆ ପଡ଼ିଥିଲା। ସେଠାରେ ସେ ପହଞ୍ଚି ବିଜେପି ଯୁବମୋର୍ଚ୍ଚା ଓ ଯୁବ ଗୋଷ୍ଠୀ ଙ୍କୁ ଉତ୍ସାହିତ କରି ଘଳିଆ ସ୍ଥାନ ରେ ବାଲି ବସ୍ତା ପକାଇ ଘଳିଆ କୁ ବନ୍ଦ କରିବାରେ ସଫଳ ହୋଇଥିଲେ l ଶ୍ରୀ ପଟ୍ଟନାୟକ ଙ୍କ ଏହି କାର୍ଯ୍ୟ କୁ ବିଭିନ୍ନ ମହଲ ରେ ପ୍ରଶଂସା କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ