କୁଶଭଦ୍ରା ନଦୀ ର ତିନି ମୁହାଁଣୀ ଖୋଲିବାରୁ ବନ୍ୟା ଜଳ ହ୍ରାସ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଗୋପ ବ୍ଲକ ନାଗପୁର ପଞ୍ଚାୟତ ଠାରେ କୁଶଭଦ୍ରା ନଦୀ ବନ୍ଧ ରେ ଥିବା ତିନି ମୁହାଁଣୀ ଗେଟ କୁ ଖୋଲା ଯିବା ପରେ ଧନୁଆଁ ନଦୀ ର ବନ୍ୟା ଜଳ କୁଶଭଦ୍ରା ନଦୀ କୁ ପ୍ରବେଶ କରୁଛି। ଫଳରେ ଧନୁଆଁ ନଦୀ ବନ୍ୟା ଜଳ ଘେରରେ ଥିବା ନିମାପଡା ବ୍ଲକ ର ପ୍ରାୟ ୭ଟି ପଞ୍ଚାୟତବାସୀ ଆସ୍ଵସ୍ତି ଲାଭ କରିଛନ୍ତି। ତିନି ମୁହାଁଣୀ ଠାରେ ଥିବା ସମସ୍ତ ୧୫ଟି ଯାକ ଗେଟ ଖୋଲିଦିଆ ଯାଇଥିବାରୁ ଧନୁଆଁ ନଦୀ ର ବନ୍ୟାଜଳ ଦୃତ ଗତିରେ କୁଶଭଦ୍ରା ନଦୀ ମଧ୍ୟ ଦେଇ ସମୁଦ୍ର କୁ ନିଷ୍କାସନ ହେବାରେ ଲାଗିଛି ବୋଲି କହିଛନ୍ତି ଗୋପ ଜଳସେଚନ ବିଭାଗ ଉପ ନିର୍ବାହୀ ଯନ୍ତ୍ରୀ ମହାନ୍ତି। ସୂଚନା ଯୋଗ୍ୟ କି, ଧନୁଆଁ ନଦୀ ବନ୍ୟାଜଳ ଏହି ତିନି ମୁହାଁଣୀ ଗେଟ ବାଟ ଦେଇ ନିଷ୍କାସିତ ହୋଇଯାଇଥାଏ। ଚଳିତ ବର୍ଷ କୁଶଭଦ୍ରା ନଦୀରେ ବନ୍ୟା ଜଳ ବୃଦ୍ଧି ପାଇ ଉଚ୍ଚା ରେ ପ୍ରବାହିତ ହେବାରୁ ତିନି ମୁହାଁଣୀ ଗେଟ କୁ ଖୋଲା ଯାଇ ପାରି ନଥିଲା। ଅପର ପକ୍ଷରେ କୁଶଭଦ୍ରା ନଦୀ ବନ୍ଧ ରେ ଘାଇ ହେବା ଫଳରେ ବନ୍ୟା ଜଳ ବୃଦ୍ଧି ପାଇ ନିମାପଡା ବ୍ଲକ ର ୭ଟି ପଞ୍ଚାୟତ ଅଞ୍ଚଳ କୁ ବୁଡାଇ ରଖିଛି। ତିନି ମୁହାଁଣୀ ଗେଟ ଖୋଲିବା ପରେ ବନ୍ୟାଜଳ ଖୁବ ଶୀଘ୍ର ହ୍ରାସ ପାଇବା ଆଶା ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ