ଆଜାଦିକା ଅମୃତ ମହୋତ୍ସବ କୁ ନିଆରା ଢଙ୍ଗରେ ପାଳିଛନ୍ତି ଚିତ୍ର ଶିଳ୍ପୀ
ନିମାପଡ଼ା, (ସନ୍ତୋଷ ଦାଶ):ସାରା ଦେଶ ପାଳନ କରୁଛି ସ୍ଵାଧିନତା ର ଅମୃତ ମହୋତ୍ସବ। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ନଈଗୁଆଁ ଗ୍ରାମ ର ଚିତ୍ରଶିଳ୍ପୀ ଲିଟୁ ଚନ୍ଦ୍ର ସାହୁ। ପେଶା ରେ ସେ ଜଣେ କୁଶଳୀ ମୂର୍ତ୍ତି କାରିଗର। ମାଟି ରେ ଅତି ନିଖୁଣ ଭାବେ ଦେବା ଦେବୀ ମାନଙ୍କ ମୂର୍ତ୍ତି ଗଢି ସେ ପରିବାର ପ୍ରତିପୋଷଣ କରି ଆସୁଛନ୍ତି। ସ୍ଵାଧିନତା ର ୭୫ ବର୍ଷ ପୂର୍ତ୍ତି ଅବସରରେ ପାଳନ ହେଉଥିବା ଆଜିଦିକା ଅମୃତ ମହୋତ୍ସବ ଅବସର ରେ ସେ ମାଟି ରେ ନିର୍ମାଣ କରିଛନ୍ତି ଅଶୋକ ସ୍ତମ୍ଭ ର ପ୍ରତିମୂର୍ତ୍ତି। ଅଶୋକ ସ୍ତମ୍ଭ କୁ ଜାତୀୟ ପତାକା ରଙ୍ଗ କରାଯାଇଥିବାବେଳେ ସ୍ତମ୍ବ ତଳେ ମହାତ୍ମା ଗାନ୍ଧୀ ଙ୍କ ଦାଣ୍ଡି ଯାତ୍ରା ର ଅବିକଳ ନକଲ ନିର୍ମାଣ କରିଛନ୍ତି। ଶ୍ରୀ ସାହୁ ଙ୍କ ଏହି ଅଶୋକ ସ୍ତମ୍ଭ କୁ ଦେଖିବାକୁ ନଇଗୁଆଁ ଗ୍ରାମ ରେ ଲୋକ ଙ୍କ ଭିଡ଼ ଲାଗୁଛି। ନିଖୁଣ ଭାବେ ଦାଣ୍ଡି ଯାତ୍ରା ଓ ଅଶୋକ ସ୍ତମ୍ଭ ନିର୍ମାଣ କରିଥିବାରୁ ଶ୍ରୀ ସାହୁ ଙ୍କୁ ସବୁ ମହଲ ରେ ପ୍ରଶଂସା କରାଯାଇଛି।


