ନଦୀବନ୍ଧ ହେଲା ପଲିଥିନ ମୁକ୍ତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ବନ୍ୟା ଛାଡିଯିବା ପରେ ଲୁଣା, କରାଣ୍ଡିଆ ନଦୀ ବନ୍ଧକୁ ଉଠି ଆସିଥିବା ଲୋକେ ନିଜ ନିଜ ଜିନିଷପତ୍ର ଧରି ଭିଟାମାଟିଜୁ ବାହୁଡି ଗଲେ । ନଦୀବନ୍ଧରେ ଅସ୍ଥାୟୀ ଗୁହାଳ କରିଥିବା ଲୋକେ ଗାଈଗୋରୁ ନେଇ ଗାଁକୁ ଫେରିଗଲେ । କିନ୍ତୁ ନଦୀ ବନ୍ଧରେ ପଡି ରହିଲା କୁଢ କୁଢ ପଲିଥିନ, ପାଣି ପାଉଚ, ପ୍ଲାଷ୍ଟିକ ବୋତଲ ପ୍ରଭୃତି । ଏହି ସବୁ ଆବର୍ଜ୍ଜନା ନଦୀକୁ ଚାଲିଯିବା ପୂର୍ବରୁ ସାମାଜିକ ଅନୁଷ୍ଠାନ ଜୟରାଷ୍ଟ୍ର ର ସଦସ୍ୟମାନେ ସେ ସବୁକୁ ସଂଗ୍ରହ କରି ନଦୀବନ୍ଧକୁ ସମ୍ପୂର୍ଣ୍ଣ ପଲିଥିନ ଓ ପ୍ଲାଷ୍ଟିକ ମୁକ୍ତ କରି ପାରିଛନ୍ତି । ଫଳରେ ନଦୀ ପ୍ରଦ୍ୟୁଷଣ ହେବା ଆଶଙ୍କାରୁ ମୁକ୍ତ ହୋଇଛି । ସମାଜସେବୀ ରଶ୍ମୀରଞ୍ଜନ ସ୍ୱାଇଁଙ୍କ ନେତୃତ୍ୱରେ ଏକ ସ୍ୱେଛାସେବୀ ଦଳ ବସପୁର ଠାରେ ଲୁଣା ନଦୀବନ୍ଧରୁ ପଲିଥିନ,ପାଣି ପାଉଚ, ପ୍ଲାଷ୍ଟିକ ବୋତଲ ପ୍ରଭୃତି ସଂଗ୍ରହ କରି ସେସବୁର ଉପଯୁକ୍ତ ପରିଚାଳନା କରିଥିଲେ । ଏହି ପଲିଥିନ ମୁକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନମିତା ଜେନା, ରୀନାରାଣୀ ଦାସ, ପଙ୍କଜ ସିହ୍ନା, ଜ୍ଞାନରଞ୍ଜନ ଦାସ, ଅର୍ପିତ ପଣ୍ଡା, ଆନନ୍ଦ ଜେନା ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ