ଯୁବ ଉପସଭାପତି ହେଲେ ଦେବବ୍ରତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ସମ୍ପ୍ରତି ବିଜେଡି ପକ୍ଷରୁ ମୟୁରଭଞ୍ଜ, ବାଲେଶ୍ଵର, କେନ୍ଦୁଝର ଓ ଭଦ୍ରକ ଜିଲ୍ଲାକୁ ନେଇ ଏକ ଜୋନ ପ୍ରସ୍ତୁତ ହୋଇଛି। ତଦନୁସାରେ ତୃଣମୂଳ ସ୍ତରରୁ ସଙ୍ଗଠନକୁ ଅଧିକ ସଦୃଢ଼ କରିବା ପାଇଁ ଦଳ ଏବେ ଯୁବ ଚେହେରାଙ୍କୁ ଦାୟିତ୍ୱ ପ୍ରଦାନ କରିଛି। ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ବ୍ଲକର ଅନ୍ୟତମ ଯୁବ ବିଜେଡି ନେତା ଇଂ ଦେବବ୍ରତ ଜେନା(ସିପା)ଙ୍କୁ ଦଳ ଜୋନ ସ୍ତରୀୟ ଉପସଭାପତି ଭାବେ ଦାୟିତ୍ୱ ପ୍ରଦାନ କରିଛି। ପୂର୍ବରୁ ଦେବବ୍ରତ ବ୍ଲକ ଛାତ୍ର ସଭାପତି ଭାବେ ସଫଳତାର ସହ କାର୍ଯ୍ୟ କରିଥିବା ବେଳେ ସରକାରଙ୍କ ଯୋଜନା ଗୁଡିକୁ ଲୋକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ସଦାସର୍ବଦା କର୍ତ୍ତବ୍ୟ ପରାୟଣ ହୋଇଛନ୍ତି। ଦଳର ଜଣେ ଶୃଙ୍ଖଳିତ କର୍ମୀ ଭାବେ ସେ ବେଶ ପରିଚିତ ଥିବା ବେଳେ ତାଙ୍କୁ ମିଳିଥିବା ନୂତନ ଦାୟିତ୍ୱ ପାଇଁ ସେ ବେଶ ଉତ୍ସାହିତ ଅଛନ୍ତି। ବିଜେଡି ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇଥିବା ଦେବବ୍ରତ ବିଶେଷ କରି ଯୁବ ଓ ଛାତ୍ର ମାନଙ୍କୁ ସଂଗଠିତ କରି ତୃଣମୂଳ ସ୍ତରରେ ଲୋକମାନଙ୍କ ପାଇଁ କାମ କରିବା ତାଙ୍କର ପ୍ରଥମ ଲକ୍ଷ୍ୟ ବୋଲି କହିଛନ୍ତି। ଜୋନ ପାଇଁ ଯୁବ ଉପସଭାପତି ଭାବେ ନିଯୁକ୍ତି ମିଳିବା ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ସାଂସଦ ମଞ୍ଜୁଲତା ମଣ୍ଡଳ, ବିଧାୟକ ପ୍ରଫୁଲ୍ଲ ସାମଲ, ବିଜେଡି ରାଜ୍ୟ ସମ୍ପାଦକ ପ୍ରୟାସକାନ୍ତି ସାମଲ, ବ୍ଲକ ଉପାଧ୍ୟକ୍ଷ ପ୍ରଣୀତକାନ୍ତି ସାମଲଙ୍କୁ ଯୁବନେତା ଶ୍ରୀ ଜେନା କୃତଜ୍ଞତା ଜଣାଇଛନ୍ତି।


