ଜିଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର

ବନ୍ତ, (ଚାନ୍ଦିନୀ ମହାନ୍ତି): ସୋମବାର ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜିଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ସୋମେଶ କୁମାର ଉପାଧ୍ୟାୟ ଓ ଜିଲା ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ରାଉତ ଯୋଗ ଦେଇ ୧୧୧ ଅଭିଯୋଗର ଶୁଣାଣୀ କରିଥିଲେ। ସେଥିମଧ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, ରାଜସ୍ବ, ସାମାଜିକ ସୁରକ୍ଷା, ଆବାସ, ପାନୀୟ ଜଳ, ଜଳସେଚନ, ଡ୍ରେନେଜ, ରାସ୍ତା ଓ ଗୃହ ନିର୍ମାଣ, ଗ୍ରାମ୍ୟ ଉନ୍ନୟନ, ଆଇନ ଶୃଙ୍ଖଳା ଆଦି ବିଭିନ୍ନ ବିଭାଗର ସମସ୍ୟା ସମ୍ପର୍କରେ ଅଭିଯୋଗ ଥିଲା। ବିଶେଷ କରି ବ୍ୟକ୍ତିଗତ ଅଭିଯୋଗ ୯୩ ଥିବା ବେଳେ ଗ୍ରାମବାସୀଙ୍କ ଅଭିଯୋଗ ୧୮ ଆସିଥିଲା। ଶିବିରରେ ୬ ଅଭିଯୋଗକୁ ତୁରନ୍ତ ସମାଧାନ କରାଯାଇଥିଲା। ୩ ଅଭିଯୋଗକାରୀଙ୍କୁ ୨୧ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ ନେଇ ମଞ୍ଜୁର ହୋଇଥିଲା। ଶିବିରରେ ଉପ ଜିଲାପାଳ ସୌରଭ ଚକ୍ରବର୍ତ୍ତୀ, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର କୁମାର ସାମଲ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରମୋଦ କୁମାର ପ୍ରହରାଜ, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ତହସିଲଦାର ସାଇଶ୍ରୀ ଲୋକନାଥ ପ୍ରସାଦ ସେଠୀ, ଜିଲା ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ,ଅତିରିକ୍ତ ତହସିଲଦାର ପ୍ରସନ୍ନ କୁମାର ମହାନ୍ତି, ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଶ୍ରଦ୍ଧା ସୁମନ ନାଥ, ଧାମନଗର ଏସଡିପିଓ ବିଷ୍ଣୁ ଚରଣ ବାରିକ,ଏବିଡ଼ିଓ ମାନସ କୁମାର ଜେନା, ସିଡିପିଓ ଆଲାଦି ମାରାଣ୍ଡି, ବିଭିଓ ଯୋଗମାୟା ସିଂ, ସ୍କିଲ ଡେଭଲପମେଣ୍ଟ ଅଫିସର ଗାୟତ୍ରୀ ବେହେରା,ବ୍ଲକ କୃଷି ଅଧିକାରୀ ତୁଷାରକାନ୍ତ ପତି, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରକାଶ ସାହୁ, ବ୍ଲକ ଯୋଗାଣ ଅଧିକାରୀ ଶୁଭଶ୍ରୀ ଶୁକ୍ଲା, ଗ୍ରାମ୍ୟ ଉନ୍ନୟନ ବିଭାଗର ଏସଡ଼ିଓ ସୁରଥ ବେହେରା, ପାନୀୟ ଜଳ ବିଭାଗ କନିଷ୍ଠ ଯନ୍ତ୍ରୀ ଭବାନୀ ଶଙ୍କର ବେହେରାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ଅଭିଯୋଗ ଶୁଣାଣୀରେ ସହଯୋଗ କରିଥିଲେ। ଶିବିର ପରିଚାଳନାରେ ପୂର୍ବତନ ସରପଞ୍ଚ ପୂର୍ଣ୍ଣ ଚନ୍ଦ୍ର ରାଉତ, ସରପଞ୍ଚ ପ୍ରିୟଙ୍କା ପ୍ରିୟଦର୍ଶନୀ ଦାସ, ପିଇଓ ସୁପ୍ରିୟା ଭୂୟାଁ, ବ୍ଲକ କର୍ମଚାରୀ ମିତ୍ରଭାନୁ ସ୍ବାଇଁ, ରତ୍ନାକର ଜେନାଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ