ତପ୍ତପାଣି ଘାଟି ରାସ୍ତାରେ ଓଲଟିଲା ଟ୍ରକ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଥାନା ଅନ୍ତର୍ଗତ ଟି ଗୋବିନ୍ଦପୁର ୩୨୬ ନଂ ଜାତୀୟ ରାଜପଥ ତପ୍ତପାଣି ଘାଟି ନିକଟସ୍ଥ ଖେମୁଣ୍ଡିଖୋଲ ମୁଖ୍ୟ ରାସ୍ତାରେ ଗୁରୁବାର ରାତିରେ ଏକ ଟ୍ରକର ବ୍ରେକ ଫେଲ ଯୋଗୁଁ ଓଲଟି ପଡିଥିଲା । ଦୁର୍ଘଟଣାରେ କେହି ଆହତ ହୋଇଥିବା ଜଣାପଡ଼ିଛି । ପାଟପୁର ଥାନା ଟି ଗୋବିନ୍ଦପୁର ପଞ୍ଚାୟତ ଉକ୍ତ ଘାଟିରେ ଗଜପତିରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଟ୍ରକ ( ଏମ୍ ଏଚ୍ ୦୪ ଜେକେ ୦୩୬୩) ବ୍ରେକ ଫେଲ ଯୋଗୁଁ ଗୁରୁବାର ରାତ୍ର ଭାରସାମ୍ୟ ହରାଇ ମୁଖ୍ୟ ରାସ୍ତାରେଓଲଟି ପଡ଼ିଥିବା ଜଣାପଡିଛି । ଟ୍ରକ ଟି ସାମରିକ ବାହିନୀ ବିଭାଗ ସାମଗ୍ରୀ ନେଇ ଯାଉଥିବା ଜଣାପଡ଼ିଛି। ବ୍ରହ୍ମପୁର – ରାୟଗଡ଼ା ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଗାଡ଼ି ଅଟକି ରହିଥିଲା । ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ବେଳେ ରାତି ପ୍ରାୟ ସାଢେ ୧୧,୩୦ ଟା ପରେ କ୍ରେନ ସାହାଯ୍ୟରେ ରାସ୍ତାରୁ ଦୁର୍ଘଟଣା ଗ୍ରସ୍ତ ଟ୍ରକ୍ ହଟାଯିବା ପରେ ଗାଡ଼ି ଚଳାଚଳ ସ୍ବାଭାବିକ ରହିଥିଲା । ଖବରପାଇ ପାଟପୁର ଥାନା ଏସ, ଆଇ, ଆର,କେ ଶବର, ହାବିଲଦାର ସରୋଜ କୁମାର ଦାସ, ହେମନ୍ତ କୁମାର ସାହୁ,ଟୁକୁନା ପ୍ରଧାନ, ଦେବେନ୍ଦ୍ର ବେହେରା ପୋଲିସ କର୍ମଚାରୀ ପହଞ୍ଚି ତଦନ୍ତ କରି ଫେରିଥିବା ଜଣାପଡ଼ିଛି।