ଲକ୍ଷ୍ମୀ ପୂଜା ପାଇଁ ଭୂମି ପୂଜନ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ମାଳଦା ଜଗନ୍ନାଥ ବଜାର ବଣିକ ସଙ୍ଘ ପକ୍ଷରୁ ଚଳିତ ବର୍ଷ ଗଜ ଲକ୍ଷ୍ମୀ ପୂଜା ପାଇଁ ଆଜି ମାଟି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ନିୟମିତ ପୂଜକ ନନ୍ଦକିଶୋର ତ୍ରିପାଠୀ ଓ କାଳନ୍ଦୀ ଦାସ ଙ୍କ ଵୈଦିକ ମନ୍ତ୍ର ଆଵାହାନ ଦ୍ଵାରା ସ୍ଥାନୀୟ ସର୍ତା ନାଳ ଠାରେ ମାଟି ପୂଜନ ହୋଇଥିଲା।ପରେ ସଙ୍କଳ୍ପ କର୍ତା ଅନିଲ କୁମାର ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ମା ଲକ୍ଷ୍ମୀ ଙ୍କ ମୃଣମୟୀ ମୂର୍ତ୍ତି ପାଇଁ ପୂଜା ସ୍ଥାନରୁ ମାଟି ଆସିଥିଲା।କାର୍ଯ୍ୟକ୍ରମରେ ଵଜାର କମିଟି ସଭାପତି କମଳାକାନ୍ତ ସାମଲ,ଦେଵାଶିଷ ପଣ୍ଡା,ଚନ୍ଦ୍ରଶେଖର ଦତ,ଧିରେନ୍ଦ୍ର ନାୟକ, କାହ୍ନୁ ଵାରିକ,ନିଶିକାନ୍ତ ସୂତାର, ପ୍ରଭାତ ସାମଲ ଗଣେଶ କୁଅଁର, ଦୁର୍ଯ୍ୟୋଧନ ଦାସ, ସୁଦାମ ଦାସ ପ୍ରମୁଖ ଉପସ୍ଥିତ ଥିଲେ।


