ଖୁଦୁରୁକୁଣୀ ଓଷା ଉଦଯାପିତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ଅଂଚଳର ବିଭିନ୍ନ ସ୍ଥାନରେ ଏକ ମାସ ଧରି ଚାଲିଥିବା ପ୍ରସିଦ୍ଧ ଖୁଦୁରୁକୁଣୀ ଓଷା ଆଜି ଉଦଯାପିତ ହୋଇଯାଇଛି।କିମ୍ବଦନ୍ତୀ ଅନୁସାରେ ସାଧବ ସାତ ପୁଅ ଓ ତପୋଇଙ୍କ କଥାକୁ ନେଇ ଭାଦ୍ରବ ମାସର ପ୍ରତ୍ୟେକ ରଵିଵାର କୁମାରୀ ମାନେ ନିଜ ପରିବାର ତଥା ଭାଇମାନଙ୍କ ମଙ୍ଗଳ ପାଇଁ ମା ମଙ୍ଗଳା ଙ୍କୁ ପୂଜାର୍ଚ୍ଚନା କରିଥାନ୍ତି।ଏହି ପରିପ୍ରେକ୍ଷୀରେ ବ୍ଲକର ମାଳଦା, ରହଣିଆ, ସରସଦା, ନପଙ୍ଗ, ,କୁରିଗାଁ, ରାଢୋ, ମଞୁରୀ, କୁଲ ଣା, ରାଜେନ୍ଦ୍ରପୁର, ସାନ ଶାସନ, ବାରିକପୁର, ନିର୍ଗୁଣ୍ଡି, ନାଆମୀ, ଝୁଟୁଣା, ଜୋରାଗଡିଆ, ଵାଲିପୋଖରୀ, କୁମ୍ଭାରିଆ, ଆଖୁଆପଦା ପ୍ରମୁଖ ସ୍ଥାନରେ ପାଳିତ ହେଉଥିବା ଖୁଦୁରୁକୁଣୀ ଓଷା ଆଜି ଶେଷ ହୋଇଛି।ପ୍ରତ୍ୟୁଷରୁ ଵିଭିନ୍ନ ଗାଁ କୋଠୀରେ କୁମାରୀ ମାନେ ମା ମଙ୍ଗଳାଙ୍କ ପୂଜାର୍ଚ୍ଚନା କରିଥିବା ବେଳେ ସନ୍ଧ୍ୟାରେ ତପୋଇ ଗାଥା ପାଠ କରିଥିଲେ। ଏହାସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିବା ବେଳେ ପଞ୍ଚମ ପାଳି ପୂଜା ସହିତ ଉତ୍ସବ ଉଦଯାପିତ ହୋଇଛି।


