ରାଜୁ ଶ୍ରୀବାସ୍ତବଙ୍କୁ ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ବାଲୁକା ଶିଳ୍ପୀ ମାନସ
ପୁରୀ, (ଯୁଗାବ୍ଦ ନ୍ୟୁଜ) : ସମସ୍ତଙ୍କ ପ୍ରିୟ ହାସ୍ୟ ଅଭିନେତା କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ବୁଧବାର ସକାଳେ ନିଧନ ହୋଇଯାଇଛି, ଫଳରେ ସାରା ଭାରତ ସମେତ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି | ତାଙ୍କ ନିଧନରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାପାଇଁ ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ | ପୁରୀର ଲାଇଟ ହାଉସ ନିକଟ ବେଳାଭୂମି ଠାରେ ବାଲିରେ ସ୍ବର୍ଗତ ରାଜୁଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରି ତାଙ୍କର କମେଡିକୁ ମନ ପକାଇବା ସହ ତାଙ୍କୁ ହୃଦୟର ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି | ଏହି ବାଲୁକା ମୂର୍ତ୍ତି ଟି ୧୫ଫୁଟ ଓସାର ବିଶିଷ୍ଟ ହୋଇଥିବାବେଳେ ଏହାକୁ ନିର୍ମାଣ କରିବାକୁ ମାନସଙ୍କୁ ୭ଘଣ୍ଟା ସମୟ ଲାଗିଥିଲା ଏବଂ ଏଥିରେ ୧୦ଟନରୁ ଉର୍ଧ ବାଲି ଉପଯୋଗ କରାଯାଇ ଥିବା ଜଣାପଡିଛି |