ଟ୍ରାକ୍ଟର ଧକ୍କାରେ ସାଇକେଲ ଆରୋହୀ ଗୁରୁତର

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଶୁକ୍ରବାର ସକାଳେ ହିଞ୍ଜିଳି ଥାନା ପଳାସି – ଶିକୁଳିପଲ୍ଲୀ ମଧ୍ୟବର୍ତ୍ତୀ ରାସ୍ତାରେ ଏକ ଇଟା ବୋଝେଇ ଟ୍ରାକ୍ଟର (ଓଡି୦୭ଏଏଚ ୧୭୫୦) ଧକ୍କାରେ ଜଣେ ସାଇକେଲ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ହେଲେ ହିଞ୍ଜିଳି ଥାନା ବାଦିଆମ୍ବଗାଁର ବାସୁଦେବ ମହାନ୍ତି । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବେଲଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ଖବର ପାଇ ତହସିଲଦାର ପ୍ରଭାତ କୁମାର ପରିଡା ଓ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରାକ୍ଟରକୁ ଜବତ କରିଥିଲେ । ଦୂର୍ଘଟଣା ଘଟାଇ ଚାଳକ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। ପ୍ରକାଶ ଯେ, ଶୁକ୍ରବାର ସକାଳେ ବାସୁଦେବ ବାଦିଆମ୍ବଗାଁରୁ ସାଇକେଲ ଯୋଗେ ଶିକ୍ଷା ଅଧ୍ୟୟନ ପାଇଁ କଲେଜକୁ ଯାଉଥିବା ବେଳେ ପଳାସି – ସିକୁଳିପଲ୍ଲୀ ମଧ୍ୟବର୍ତ୍ତୀ ରାସ୍ତାରେ ଏକ ଇଟା ବୋଝେଇ ଟ୍ରାକ୍ଟର ସାଇକେଲକୁ ଧକ୍କା ଦେଇଥିଲା। ଖବର ଲେଖା ହେବା ସୁଦ୍ଧା ଘଟଣା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇନଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ