ବିଶ୍ଳେଷଣାତ୍ମକ ରସାୟନ ବିଜ୍ଞାନରେ ସ୍ଵର୍ଣ୍ଣ ପଦକ ହାସଲ କରିଥିବା ଆଶିଷ ସମ୍ବର୍ଦ୍ଧିତ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଘୁମୁସର ମାଟିର ଗର୍ବ ଗୌରବ ତଥା ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ବିଶ୍ଳେଷଣାତ୍ମକ ରସାୟନ ବିଜ୍ଞାନ ପରୀକ୍ଷାରେ ବିଶ୍ୱ ବିଦ୍ୟାଳୟ ସ୍ତରରେ ସର୍ବୋଚ୍ଚ ନମ୍ବର୍ ରଖି ସ୍ଵର୍ଣ୍ଣ ପଦକ ହାସଲ କରିଥିବା ଆଶିଷ କୁମାର ସାହୁଙ୍କୁ ନିଜ ଜନ୍ମ ମାଟି ନୁଣିପଡ଼ାରେ ବିପୁଳ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି I ଆଶିଷଙ୍କୁ ସମ୍ବର୍ଦ୍ଧିତ କରିବା ଉଦ୍ଦେଶ୍ୟରେ ରବିବାର ସନ୍ଧ୍ୟା ସାତ ଘଣ୍ଟା ସମୟରେ ବଡ଼ଦୋଡ଼ଙ୍ଗା ମୋଡେଲ୍ ଉଚ୍ଚ ବିଦ୍ୟାଳୟ,ଲୁଣିପଡ଼ା ମାଆ ନାରାୟଣୀ ଯୁବକ ସଂଘ ଏବଂ ଲୁଣିପଡ଼ା ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ଆଶିଷ୍ (ତପୁ)ଙ୍କୁ ମାନପତ୍ର, ପୁଷ୍ପଗୁଚ୍ଛ ଏବଂ ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଛି I ବଡ଼ଦୋଡ଼ଙ୍ଗା ମୋଡେଲ୍ ଉଚ୍ଚ ବିଦ୍ୟାଳୟ ସମ୍ପାଦକ ଗୌରହରି ସ୍ଵାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉଦ୍‌ଘାଟକ ତଥା ମୁଖ୍ୟ ଅତିଥି ରୂପେ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ଦିଲ୍ଲୀପ୍ କୁମାର ରାଉତ ଯୋଗ ଦେଇଥିବା ବେଳେ ସାରସ୍ଵତ ଅତିଥି ଭାବେ ଭଞ୍ଜନଗର ସାବିତ୍ରି ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଜୟରାମ ସେନାପତି, ମୁଖ୍ୟ ବକ୍ତା ଭାବେ ଜ୍ୟୋତିର୍ବିଦ୍ ପଣ୍ଡିତ ଅନ୍ନଦା ତ୍ରିପାଠି,ନିମନ୍ତ୍ରିତ ଅତିଥି ଭାବେ ଜନକଲ୍ୟାଣ ନିର୍ଦ୍ଦେଶକ ଡଃ.ପ୍ରକାଶ ଚନ୍ଦ୍ର ବିଶ୍ବାଳ,ଆମନ୍ତ୍ରିତ ଅତିଥି ଭାବେ ଜିଲ୍ଲାପରିଷଦ ସଭ୍ୟ ସୁଧୀର କୁମାର ଜେନା,ଅବସର ପ୍ରାପ୍ତ ପଦାର୍ଥ ବିଜ୍ଞାନ ଅଧ୍ୟାପକ କପିଳ ସାହୁ,ଆସିକା କଲେଜ୍ ର ପ୍ରାକ୍ତନ ଅଧ୍ୟକ୍ଷ ଡ.ଦେବୀ ପ୍ରସାଦ ସାମନ୍ତ, ମାଆ ନାରାୟଣୀ ଯୁବକ ସଂଘ ସଭାପତି ଭାବଗ୍ରାହୀ ନାୟକ, ପୂର୍ବତନ ସରପଞ୍ଚଙ୍କ ସଞ୍ଜୟ ପ୍ରଧାନ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କବିରାଜ ପରିଡ଼ା ଏବଂ ସ୍ଵତନ୍ତ୍ର ଅତିଥି ଭାବେ ନିଜେ ଆଶିଷ କୁମାର ସାହୁ (ତପୁ) ଊପସ୍ଥିତ ଥିଲେ I ସମସ୍ତ ଅତିଥିଙ୍କ ଉପସ୍ଥିତିରେ ଆଶିଷଙ୍କୁ ସମ୍ମାନୀତ କରାଯାଇଥିଲା I ଏହି ଅବସରରେ ଉପସ୍ଥିତ ଅତିଥି ମାନେ ଆଶିଷଙ୍କୁ ଉଚ୍ଚ ପ୍ରଶଂସା କରିବା ସହିତ ତାଙ୍କର ଉତ୍ତୋରତ୍ତର ଉନ୍ନତି କାମନା କରିଥିଲେ I କାର୍ଯ୍ୟକ୍ରମ ପରିଚାଳନାରେ ମାଆ ନାରାୟଣୀ ଯୁବକ ସଂଘର ସଦସ୍ୟ ମାନେ ସହଯୋଗ କରିଥିବା ବେଳେ ଶିକ୍ଷକ ଛାୟାକାନ୍ତ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ