ବାସଗୃହ ସମ୍ମୁଖରେ ଗାଡଖୋଳି ଠିକାଦାର ଛୁ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ଠାକୁରପାଟଣା ନିକଟସ୍ଥ ଗୁଆଳସିଂ ମୈାଜାର ଏକ ବାସଗୃହ ସମ୍ମୁଖରେ ଡ୍ରେନ ନିର୍ମାଣ କରାଯିବା ପାଇଁ ମାସେ ହେବ ୪ଫୁଟ ଗଭୀର ଏବଂ ୮ଫୁଟ ଚଉଡାର ଗାଡ ଖୋଳାଯାଇ ସଂପୃକ୍ତ ଠିକାଦାର ସେଠାରୁ ଛୁ ମାରିଥିବା ନେଇ ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗକାରିଣୀ ଗୁଆଳସିଂ ମୈାଜାର ମମତା ବେହେରା ଲିଖିତ ଭାବରେ ଜଣାଇଛନ୍ତି ଯେ ତାଙ୍କ ବସଗୃହ ସମ୍ମୁଖରେ ପ୍ରାୟ ମାସେ ହେବ ଏକ ଡ୍ରେନ ନିର୍ମାଣ ନିମନ୍ତେ ପଞ୍ଚାୟତ ପକ୍ଷରୁ ୪ଫୁଟ ଗଭୀର ଏବଂ ୮ଫୁଟ ଚଉଡାର ଏକ ଗାଡ ଖୋଳାଯାଇଥିଲା । କିନ୍ତୁ ଏପର୍ଯ୍ୟନ୍ତ ସେଠାରେ କୈାଣସି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନଥିବାରୁ ତାଙ୍କ ପରିବାର ଗୃହକୁ ଯିବା ଆସିବା କରିବାରେ ଗୁରୁତର ବାଧା ସୃଷ୍ଟି ହୋଇଛି । ଏହାମଧ୍ୟରେ ବର୍ଷା ହେବା ଯୋଗୁଁ ସେହି ଗାଢର ଉଭୟ ପାଶ୍ୱର୍ ଧୋଇ ହୋଇଯାଇ ଆହୁରି ଅଧିକ ଚଉଡା ହୋଇଯାଇଛି । ଫଳରେ ସେମାନେ ରାସ୍ତାରୁ ଗୃହ ମଧ୍ୟକୁ ଯିବା ଆସିବା କରି ପାରୁ ନାହାନ୍ତି । ଏସମ୍ପର୍କରେ ଅଭିଯୋଗକାରିଣୀ ଗୁଆଳସିଂ ପଞ୍ଚାୟତର ସରପଞ୍ଚ ଏବଂ ଡେରାବିଶ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ଅଭିଯୋଗ କରିଥିଲେବି ଅଦ୍ୟାବଧି କୈାଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ତେଣୁ ଏହି ସମସ୍ୟାର ତୁରନ୍ତ ସମାଧାନ ନିମନ୍ତେ ଶ୍ରୀମତୀ ବେହେରା କେନ୍ଦ୍ରାପଡା ଜିଲ୍ଲା ପରିଷଦର ଉନ୍ନୟନ ଅଧିକାରୀଙ୍କୁ ନିବେଦନ କରିଛନ୍ତି । ଜିଲ୍ଲା ପରିଷଦର ଉନ୍ନୟନ ଅଧିକାରୀ ଏହି ଘଟଣାରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡେରାବିଶ ବିଡିଓଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ