ଲଗାଣ ବର୍ଷା ରେ ଚାଷୀ ହନ୍ତସନ୍ତ
ଶେରଗଡ଼, (ବିଭୁ ପ୍ରସାଦ ଦାସ):ଶେରଗଡ଼ ବ୍ଲକ ଅନ୍ତର୍ଗତ ଗୋଠ ଗାଁ, ନରେନ୍ଦ୍ରପୁର ଠୁ ରୁବୁରାଇ ସହ ଅନେକ ଅଂଚଳ ରେ ବିଭିନ୍ନ ପ୍ରକାର ପନି ପରିବା ଯଥା, ବାଇଗଣ, ଟମାଟୋ, ଭେଣ୍ଡି, ଝୁଡ଼ଙ୍ଗ, କଞ୍ଚା ଲଙ୍କା, ମକା,,ବୋଇତାଳୁ, ପାଣି କଖାରୁ ଆଦି ଚାଷ ହୋଉଥିଲା ବେଳେ ଅଦିନିଆ ଲଘୁଚାପ ଜନିତ ବର୍ଷା ଯୋଗୁଁ ଚାଷୀ ଙ୍କ ମୁଣ୍ଡ ରେ ଚଡକ ପଶିଲାଣି ଫସଲ ଅମଳ ହେବାକୁ ଥିବା ବେଳେ ବର୍ତମାନ ର ଲଘୁଚାପ ବର୍ଷା ଉକ୍ତ ଫସଲ ନଷ୍ଟ ହେବାକୁ ଲାଗିଲାଣି| କିଛି ଦିନ ର ବ୍ୟବଧାନ ରେ ବାରମ୍ବାର ବର୍ଷା ହେବା ଫଳ ରେ ଚାଷୀ କୁଳ ହତାଶରେ ବର୍ତମାନ ଲଘୁଚାପ ଜନିତ ବର୍ଷା ଚାଲିଥବା ବେଳେ ଆଗକୁ ଲଘୁଚାପ ବର୍ଷା ହୁଏ ତେବେ ଫସଲ ସମ୍ପୂର୍ଣ ନଷ୍ଟ ହେବାର ସମ୍ଭାବନା ରହିଛି | ଏଣୁ ଏହାର ସଠିକ ଆକଳନ କରି ଚାଷୀଙ୍କୁ ଉପଯୁକ୍ତ କ୍ଷତି ପୂରଣ ପ୍ରଦାନ କଲେ ଚାଷୀ ଉପକୃତ ହୁଅନ୍ତେ