ଭାଉଜକୁ ଗର୍ଭବତୀ କରି ଦିଅର ଗିରଫ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ସୋସୋ ଥାନା ଅଧିନସ୍ଥ କେ ବାଲିପାଳ ଗ୍ରାମର ଜଣେ ବିଧବା ମହିଳାଙ୍କୁ ଯୋରଜବରଦସ୍ତ ଦୁଷ୍କର୍ମ କରିବା ସହିତ ୭ମାସର ଗର୍ଭବତୀ କରିବା ଓ ନିଜ ସ୍ତ୍ରୀ ଦ୍ୱାରା ଶାରିରୀକ ନିର୍ଯ୍ୟତନା ଦେବା ଅଭିଯୋଗରେ ସୋସୋ ପୁଲିସ ଅଭିଯୁକ୍ତ ଦିଅରକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୁଚନାରୁ ଜଣାଯାଇଛି ଯେ କେ ବାଲିପାଳ ଗ୍ରାମର ଜଣେ ମହିଳାଙ୍କ ସ୍ୱାମୀ ଗତ କିଛିମାସ ପୁର୍ବେ ମୃତୁ୍ୟବରଣ କରିବାପରେ ତାର ଦିଅର ବିଧବା ମହିଳା ଜଣକ ସହିତ ଯୋର ଜବରଦସ୍ତ ଶାରିରୀକ ସମ୍ପର୍କ ରଖିଥିଲା । ଫଳରେ ବିଧବା ମହିଳା ଜଣକ ୭ମାସର ଗର୍ଭବତୀ ହୋଇପଡିଛି । ଗତ କିଛିଦିନ ହେଲା ଦିଅର ନିଜ ସ୍ତ୍ରୀ ଦ୍ୱାରା ଉକ୍ତ ବିଧବା ମହିଳାଙ୍କୁ ଶାରୀରିକ ନିର୍ଯ୍ୟାତନା ଦେବାରୁ ମହିଳା ଜଣକ ସୋସୋ ଥାନାରେ ଅଭିଯୋଗ କରିବାପରେ ସୋସୋ ପୁଲିସ ଥାନା କେସନଂ-୧୬୫/୨୦୨୨ରେ ଏକ ମାମଲା ରୁଜୁକରି ଅଭିଯୁକ୍ତକୁ ଦିଅରକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ