ମାଣିତରା ପଞ୍ଚାୟତରେ ଇରୀ ପକ୍ଷରୁ କ୍ଷେତ୍ର ଦିବସ ପାଳନ

ବୁଗୁଡା, (ଅନିଲ କୁମାର ମହାରଣା):ଆନ୍ତର୍ଜାତୀୟ ଧାନ ଗବେଷଣା କେନ୍ଦ୍ର (ଆଇ.ଆର.ଆର.ଆଇ) ପକ୍ଷରୁ ମାଣିତରା ଗ୍ରାମ ପଞ୍ଚାୟତର ମକରାପଲ୍ଲୀ ଗ୍ରାମରେ ଅକ୍ଟୋବର ୧୦ ତାରିଖ ଦିନ କ୍ଷେତ୍ର ଦିବସ ପାଳନ ହୋଇଯାଇଛି। ଇରୀ ପକ୍ଷରୁ ଦକ୍ଷିଣ ଏସିଆ ଖାଦ୍ୟ ଶସ୍ୟ ଉନ୍ନତି କରଣ ଯୋଜନା ପ୍ରକାରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ପ୍ରୋଜେକ୍ଟ ପ୍ରକାରେ ଓଡିଶା ସରକାରଙ୍କ ଧାଡି ବୁଣା ଧାନ ଚାଷ ପ୍ରଣାଳୀ ଯୋଜନା ଓ ବାୟର କ୍ରପ ସାଇନ୍ସ ର ମିଳିତ ଆନୁକୂଲ୍ୟରେ ମାଣିତରା ଗ୍ରାମ ପଞ୍ଚାୟତରେ ୫୨ ଏକର ଜମିରେ ଧାଡି ବୁଣା ଧାନ ଚାଷ କରାଯାଇଛି। ଏହି ପ୍ରଣାଳୀରେ ମକରାପଲ୍ଲୀ ଗ୍ରାମର ଗୌତମ ରାଉତଙ୍କ ବଡ ବିଲରେ କ୍ଷେତ୍ର ଦିବସ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ଧାଡି ବୁଣା ଧାନ ଚାଷ ସଂଯୋଜକ ଡ଼ଃ ଅଶୋକ କୁମାର ଯାଦବ, ବାୟ କ୍ରପ ସାଇନ୍ସ ପକ୍ଷରୁ ଡ଼ଃ ବିମଲ କୁମାର ପାଣ୍ଡେ, ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ଶସ୍ୟ ବିଜ୍ଞାନୀ ଡ଼ଃ ସତ୍ୟବ୍ରତ ମଙ୍ଗରାଜ, ମାଣିତରା କୃଷି କର୍ମଚାରୀ ଉପେନ୍ଦ୍ର ଶତପଥୀ, ଫିଲଡ଼ ଟେକ୍ନିସିଆନ ଅଶୋକ କୁମାର ପ୍ରଧାନ, ସନ୍ତୋଷ କୁମାର ରାଉତ ଓ ମଧୁସୂଦନ ସ୍ବାଇଁ ଯୋଗ ଦେଇ ଚାଷୀ ମାନଙ୍କୁ ଧାଡି ପ୍ରଣାଳୀରେ ଧାନ ଚାଷ କରିବା ଦ୍ୱାର କମ ଖର୍ଚ୍ଚରେ ଅଧିକ ଉତ୍ପାଦନ ହେବ ବୋଲି ବୁଝାଇ ଥିଲେ। ଏହି କାର୍ଯ୍ୟକ୍ରମରେ ମାଣିତରା ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ସମେତ ୧୩୦ ଜଣ ଚାଷୀ ଯୋଗଦେଇ ଧାଡି ପ୍ରଣାଳୀରେ ଚାଷ ହୋଇଥିବା କ୍ଷେତ ବୁଲି ଦେଖିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ