ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ଭଜନ ସନ୍ଧ୍ୟା ଓ ପ୍ରସାଦ ସେବନ
ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ଗ୍ରାମରେ ଅନୁଷ୍ଠିତ ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ଅକ୍ଟୋବର ୧୧ ତାରିଖ ଦିନ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା। ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷାବିତ ତଥା ସାମ୍ବାଦିକ ଅନିଲ କୁମାର ମହାରଣା ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ। ବହୁ ଶ୍ରଦ୍ଧାଳୁ ମା’ ଗଜଲକ୍ଷ୍ମୀଙ୍କୁ ଦର୍ଶନ କରିବା ସହ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ହଜାର ହଜାର ଶ୍ରଦ୍ଧାଳୁ ମା’ ଙ୍କୁ ଦର୍ଶନ କରିବା ସହ ପ୍ରସାଦ ସେବନ କରିଥିଲେ। ଶାନ୍ତି ଶୃଙ୍ଖଳା ସହ ପୂଜାକାର୍ଯ୍ୟ, ଭଜନ ସନ୍ଧ୍ୟା ଓ ପ୍ରସାଦ ସେବନ କାର୍ଯ୍ୟ ଅନୁଷ୍ଠିତ ହୋଇଥିବା ବେଳେ ଆସନ୍ତା କାଲି ଅର୍ଥାତ ବୁଧବାର ଦିନ ମା’ ଙ୍କୁ ବିଦାୟ ଦିଆଯିବ ବୋଲି ପୂଜା କମିଟି ସଭାପତି କାଳୁ ଚରଣ ପ୍ରଧାନ ପ୍ରକାଶ କରିଥିଲେ। ସମସ୍ତ ବ୍ୟବସାୟୀ, ଯୁବ ସମାଜ ଓ ଗ୍ରାମବାସୀ ବୃନ୍ଦ ସହଯୋଗ କରିଥିବା ଯୋଗୁଁ ସଭାପତି ଶ୍ରୀ ପ୍ରଧାନ କୃତଜ୍ଞତା ଜଣାଇବା ସହ ଧନ୍ୟବାଦ ଅର୍ପଣ କରିଥିଲେ।


