ପହିଲି ଶୀତ ସ୍ପର୍ଶ ରେ ଧରଣୀ ପୁଲ୍ଲକିତ

ନିମାପଡ଼ା, (ସନ୍ତୋଷ ଦାଶ):ମୌସୁମୀ ଏବେ ସାରା ଓଡ଼ିଶା ରୁ ବିଦାୟ ନେଇଛି। ଡେରିହେଉ ପଛେ ଶୀତ ର ପହିଲି ସ୍ପର୍ଶ ଏବେ ଅନୁଭୂତ ହେଲାଣି। ଦିନବେଳା ଗରମ ଅନୁଭୂତ ହେଉଥିବା ବେଳେ ରାତି ରେ ଥଣ୍ଡା ଲାଗୁଛି। ରାତି ବଢିଲେ ହାଲକା କୁହୁଡ଼ି ପଡୁଛି। ଭୋର ସମୟକୁ କାକର ବିନ୍ଦୁ ଟପ୍ ଟପ୍ ପଡୁଛି ଧରାପୃଷ୍ଠରେ। କାକର ବିନ୍ଦୁ ସ୍ପର୍ଶ ରେ ଘାସ, ଗଛ, ତୃଣ ଗୁଳ୍ମ ସବୁ ପୁଲ୍ଲକିତ ହୋଇଉଠୁଛନ୍ତି।ପ୍ରାତଃ ସୂର୍ଯ୍ୟ ଙ୍କ କିରଣ ପଡ଼ି କାକର ବିନ୍ଦୁ ସବୁ ଚକ୍ ଚକ୍ କରୁଛି। କବି ଙ୍କ କଲମ ରୁ ଝରିପଡେ କବିତା କି ସୁନ୍ଦର ଆହା କି ଆନନ୍ଦମୟ ଏହି ବିଶାଳ ସଂସାର। ଧନ୍ୟ ମହାପ୍ରଭୂ ମହିମା ତୁମର ଅଟେ ଅନ୍ତର ଅପାର।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ