ଅସ୍ତରଙ୍ଗ ବ୍ଲକ ରେ ଭିଜିଲାନ୍ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ରେ ସୋମବାର ଭିଜିଲାନ୍ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅସ୍ତରଙ୍ଗ ବ୍ଲକ ର ୧୫ପଂଚାୟତ ର ୩୦ଜଣ ମହିଳା ମିଶନଶକ୍ତି ର ସଭାନେତ୍ରୀ ମାନେ ଯୋଗ ଦେଇ ଦୁର୍ନୀତି ର ମୂଳ ଉତ୍ପାଟନ କରିବା ନିମନ୍ତେ ଶପଥ ପାଠ କରିଥିଲେ।ରାଜ୍ୟ ରେ ଅନେକ ସମୟ ରେ ଦୁର୍ନୀତି ଅଭିଯୋଗ ସାମ୍ନା କୁ ଆସୁଛି ।ବିଭିନ୍ନ ସମୟ ରେ ଅନେକ ସରକାରୀ କର୍ମଚାରୀ ହୁଅନ୍ତୁ ଅବା ରାଜନୈତିକ ବ୍ୟକ୍ତି ସଦା ସର୍ବଦା ଦୁର୍ନୀତି ରେ ଲିପ୍ତ ହୋଇ ଭିଜିଲାନ୍ସ ଦ୍ଵାରା ଗିରଫ ହେଉଛନ୍ତି। ଏଥିପାଇଁ ରାଜ୍ୟ ସରକାର ଙ୍କ ଅର୍ଥନୈତିକ ବ୍ୟବସ୍ଥା ଓ ସାମାଜିକ ପ୍ରତିଷ୍ଠା ଉପରେ ଅନେକ ପ୍ରଭାବ ପରିଲକ୍ଷିତ ହେଉଛି।ଯେଉଁଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ ରେ ଆଜି ମହିଳା ମାନେ ଏକତ୍ରିତ ହୋଇ ଶପଥ ପାଠ କରିଛନ୍ତି।ଦୁର୍ନୀତି ହଟିଲେ ଦେଶ ର, ରାଜ୍ୟ ର ବିକାଶ ଘଟିବ। ଦୁର୍ନୀତ୍ତି ବର୍ତ୍ତମାନ ଏକ ସାମାଜିକ ବ୍ୟାଧି ରେ ପରିଣତ ହୋଇଛି। ଦୁର୍ନୀତି ହଟାଅ ଓ ଦେଶ ବଞ୍ଚାଅ ଏହି ଭଳି ସଚେତନତା ବାର୍ତ୍ତା ଦେବା ସହ ଦୁର୍ନୀତି ବିରୁଦ୍ଧରେ କାର୍ଯ୍ୟ କରିବା ପାଇ ସମସ୍ତେ ଆଜି ଶପଥ ପାଠ କରିଛନ୍ତି।


