ଜିଲ୍ଲା ସ୍ତରୀୟ ଆପଦା ମିତ୍ର ତାଲିମ୍ କାର୍ଯ୍ୟକ୍ରମ ଶୁଭାରମ୍ଭ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମାଠାରେ ଡିପିଆରସି ତାଲିମ୍ କେନ୍ଦ୍ର ଠାରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କତୃପକ୍ଷଙ୍କ ମିଳିତ ଆନୁକୁଲ୍ୟରେ ଆଜି ଠାରୁ ୧୨ ଦିନିଆ ତାଲିମ୍ କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ। ଏହି ତାଲିମ୍ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଲକରୁ ଆସିଥିବା ସେଚ୍ଛାସେବି ମାନଙ୍କୁ ବିପର୍ଯ୍ୟୟ ପରିଚାଳନା ତାଲିମ୍ ପ୍ରଦାନ କରାଯିବ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଣ୍ଡା ବକ୍ତବ୍ୟରେ ଏହି ୧୨ ଦିନ ଆପଦା ମିତ୍ର ତାଲିମ୍ କାର୍ଯ୍ୟକ୍ରମରେ ସବୁଦିନ କିଛି ନା କିଛି ଶିଖିବା ଆବଶ୍ୟକ ରହିଛି, ଏବଂ ବିପର୍ଯ୍ୟୟ ସମୟରେ ନିଜ ଜୀବନକୁ ସୁରକ୍ଷିତ ରଖି ଅନ୍ୟମାନଙ୍କୁ ମଧ୍ଯ ସୁରକ୍ଷିତ ରଖିବା ଓ ଅତିଜରୁରି ଥିଲେ ବାତ୍ୟା ଆଶ୍ରୟ ସ୍ଥଳୀରେ ଜନସାଧରଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନନ୍ତରିତ କରିବାକୁ ପଡ଼ିବ । ସେଚ୍ଛାସେବୀ ଯୁବକମାନଙ୍କ ଭୂମିକା ଅତି ଗୁରୁତ୍ବପୂର୍ଣ୍ଣ ଅଟେ ଏବଂ ଜରୁୀକାଳୀନ ପରିସ୍ଥିତିରେ ଲୋକମାନଙ୍କୁ ଜୀବନ ବଞ୍ଚାଇବା ଉପରେ ବିପର୍ଯ୍ୟୟ ପରିଚାଳନା ଉପରେ ସଦାସର୍ବଦା ଗୁରୁତ୍ୱ ପୂର୍ଣ୍ଣ , ଯେତେବେଳ ବିପର୍ଯ୍ୟୟ ଆସେ ସବୁ ସମୟରେ ଜିଲ୍ଲା ପ୍ରଶାସନ ସଜାଗ ରହିଛି ବୋଲି ଅତିରିକ୍ତ ଜିଲ୍ଲାପାଳ ସୂଚନା ପ୍ରଦାନ ଦେଇଥିଲେ।ଏହି ଆପଦା ମିତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ସ୍ଥାନୀୟ ଯୁବକ ମାନଙ୍କୁ ଉପଯୁକ୍ତ ତାଲିମ୍ ପ୍ରଦାନ କରାଯିବା ସହିତ ଉଦ୍ଧାର କରିବା ଓ ରିଲିଫ୍ କାର୍ଯ୍ୟରେ ବିପର୍ଯ୍ୟୟର ପ୍ରଭାବିତ ଜନସାଧାରଣଙ୍କୁ ତୁରନ୍ତ ସହାୟତା ଯୋଗାଇଦେବା । ଏହି ତାଲିମ୍ କାର୍ଯ୍ୟକ୍ରମରେ ଯେଉଁ ସେଚ୍ଛାସେବୀ ଯୁବକମାନେ ଆବଶ୍ୟକ ତାଲିମ୍ କାର୍ଯ୍ୟକ୍ରମ ପାଇବା ପାଇଁ ଜିଲ୍ଲାର ସମସ୍ତ ବ୍ଲକ୍ ର ମୋଟ ୪୦ ଜଣ ଯୁବକଯୁବତୀଙ୍କୁ ଚିହ୍ନଟ କରାଯାଇ ଆଜି ଠାରୁ ତାଲିମ୍ ପ୍ରଦାନ କରାଯାଉଛି। ଓଏସଏପି ଅଷ୍ଟମ ବାଟାଲିୟନ ଛତ୍ରପୁର ଫାୟର ବିଗ୍ରେଡ୍ ଦଳ ଏବଂ ସିଭିଲ୍ ଡିପେନ୍ସ ରୁ ୮ ଜଣ ମନୋନୀତ ପ୍ରଶିକ୍ଷଣ ଏହି ୧୨ ଦିନ ତାଲିମ୍ କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳାର ସହିତ ପ୍ରଶିକ୍ଷଣ ପ୍ରଦାନ କରିବେ।ଏହି ଆପଦା ମିତ୍ର ତାଲିମ୍ କାର୍ଯ୍ୟକ୍ରମ ଆମ ଜିଲ୍ଲାର ଯୁବକ ମାନଙ୍କ ପାଇଁ ଓଏସଏପିର ସିଭିଲ ଡିଫେନ୍ସ ଓ ଫାୟାର ବ୍ରିଗେଡ ଟିମ୍ ତାଲିମ୍ ପ୍ରାପ୍ତ ତଥା ଅଭିଜ୍ଞ ପ୍ରଶିକ୍ଷଣ ଠାରୁ ବିଭିନ୍ନ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକଳାପ ଶିଖିବାର ଏକ ସୁଯୋଗ ପାଇପାରିବେ।ଏହି ଆପଦା ମିତ୍ର ତାଲିମ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ସ୍ଵୟଂ ସହାୟକ ମହାବିଦ୍ୟାଳୟର ଏନ୍ ସି ସି ଅଫିସର ଶ୍ରୀ ସୁମନ୍ତ କୁମାର ବେହେରା, ଓଏସଏପି ଅଷ୍ଟମ ବାଟାଲିୟନ ଛତ୍ରପୁର ପ୍ରଶିକ୍ଷକ ପ୍ରତାବ କୁମର ଜେନା ଓ ପ୍ରଶିକ୍ଷକ ଉପସ୍ଥିତ ଥିଲେ। ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଶ୍ରୀ ପ୍ରଦୋଶ କୁମାର ଶତପଥୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବିଭାଗୀୟ ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ