ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୨୩ ତମ ଜନ୍ମ ଜୟନ୍ତୀ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୨୩ ତମ ଜନ୍ମ ଜୟନ୍ତୀ ଅବସରରେ ତାଙ୍କ ସ୍ମୃତି ଚାରଣ କରାଯାଇଛି । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ମଣ୍ଡଳ କାରାଗାର ପରିସରରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ତରଫରୁ ଏହି ଦିବସ ପାଳିତ ହୋଇଯାଇଛି ।ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଙ୍କ ପରିଚାଳନାରେ ବ୍ରହ୍ମପୁର ମଣ୍ଡଳ କାରାଗାରରେ ମହାନ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମ ଦିବସ ପାଳିତ ହୋଇଯାଇଛି I ବୀର ସାହସୀ ଲକ୍ଷ୍ମଣ ନାୟକ ୧୮୯୯ ମସିହା ନଭେମ୍ବର ୨୨ ତାରିଖ ଦିନ ଅଭିବକ୍ତ କୋରାପୁଟ ଜ଼ିଲ୍ଲା ତେନ୍ତୁଳି ଗୁମା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ I ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ଦେଶ ସ୍ୱାଧୀନ ସଂଗ୍ରାମ ଡ଼ାକରାରେ ସେ ନିଜକୁ ସାମିଲ କରି ଦେଶ ସ୍ୱାଧୀନତା ନିମନ୍ତେ ନିଜ ଜୀବନକୁ ବାଜି ଲଗାଇ ଥିଲେ I ଇଂରେଜ ସରକାରଙ୍କ ଦ୍ୱାରା ମିଥ୍ୟା ଆରୋପରେ ୧୯୪୩ ମସିହା ମାର୍ଚ୍ଚ ମାସ ୨୯ ତାରିଖରେ ମାତ୍ର ୪୩ ବର୍ଷ ବୟସରେ ବ୍ରହ୍ମପୁର ଜେଲରେ ଫାଶୀ ପାଇଥିଲେ I ତାଙ୍କର ସେହି ଦେଶ ମାତୃତ୍ବ ଏବଂ ସ୍ୱାଧୀନତା ମନୋଭାଵ ଆଜି ମଧ୍ୟ ଅମର ହୋଇ ରହିଛି l ଲକ୍ଷ୍ମଣ ନାୟକଙ୍କ ସମ୍ପର୍କରେ ଆଜିର ଯୁବପିଢ଼ି ନିହାତି ଭାବେ ଜାଣିବା କଥା ବୋଲି ଛାତ୍ରଛତ୍ରୀମାନଙ୍କୁ ମୂଖ୍ୟ ଅତିଥି ଯୋଗଦେଇ ବ୍ରହ୍ମପୁର ମହାନଗର ନିଗମର ମେୟର ମହୋଦୟା ଶ୍ରୀମତୀ ସଂଘମିତ୍ରା ଦଳେଇ ନିଜ ବକ୍ତବ୍ୟରେ କହିଥିଲେ । ମୁଖ୍ୟ ବ୍ୟକ୍ତା ଭାବେ ନରେନ୍ଦ୍ରପୁର କ୍ଷେତ୍ର ମୋହନ ମହାବିଦ୍ୟାଳୟ ର ଓଡ଼ିଆ ବିଭାଗ ମୁଖ୍ୟ ଡ଼ଃ ହୃଷିକେଶ ପଣ୍ଡା ଲକ୍ଷ୍ମଣ ନାୟକଙ୍କ ଜନ୍ମ ଠାରୁ ଶହୀଦ ପର୍ଯ୍ୟନ୍ତ ଲକ୍ଷ୍ମଣ ନାୟକଙ୍କ ସ୍ୱାଧୀନତା ବଳିଦାନ ସମ୍ପର୍କରେ ଆଲୋକପାତ କରିଥିଲେ l ସେ କିପରି ଦେଶ ପାଇଁ ଲଢିଥିଲେ ନିଜ ଜାତିର ଲୋକଙ୍କ ପାଇଁ ଜୀବନ ଆଦର୍ଶ ପଲଟିଥିଲେ ସେହି ସ୍ମୃତି ଚାରଣ ପୁର୍ବକ ଆଜି ତାଙ୍କ ଆଦର୍ଶ ଆବଶ୍ୟକତା ସମ୍ପର୍କରେ ଅବଗତ କରାଇ ଆମକୁ ଆଜି ଦେଶ ମାତୃକା ନିମନ୍ତେ କିଭଳି କର୍ତ୍ତବ୍ୟ ସମ୍ପାଦନ କରିବାର ଆବଶ୍ୟକତା ସମ୍ପର୍କରେ ସୁଚାଇଥିଲେ l ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରିୟ ରଞ୍ଜନ ପୃଷ୍ଟି ସଭାପତିତ୍ବ କରି ନିଜ ବକ୍ତବ୍ୟରେ ଦେଶ , ମାତୃଭୂମି କୁ ସ୍ଵାଧୀନତା କରିବା ପାଇଁ ବଳିଦାନ ଦେଇଛନ୍ତି ସେମାନେ ସର୍ବଦା ଆମର ନମସ୍ୟ l କେବଳ ଜନ୍ମ ଜୟନ୍ତୀ କୁ ମନେ ରଖିଲେ ହେବା ନାହିଁ ,ସେ ଯେଉଁ କାର୍ଯ୍ୟ କରିଯାଇଛନ୍ତି, ଯେଉଁ ଚିନ୍ତାଧାରାରେ ସେ ବ୍ରିଟିଶ୍ ବିରୁଦ୍ଧରେ ସଂଗ୍ରାମ କରୁଥିଲେ,ସମସ୍ତଙ୍କୁ ସଂଗଠିତ କରୁଥିଲେ ସେହିଭଳି କାର୍ଯ୍ୟ କରିବାକୁ ପଡ଼ିବ ବୋଲି କହିଥିଲେ l ମଣ୍ଡଳ କାରାଗାର ଯେଉଁ ଗୃହରେ ଲକ୍ଷ୍ମଣ ନାୟକଙ୍କ କାରାଗାର ଜୀବନ ଅତିବାହିତ କରିଥିଲେ , ସେହି ଗୃହକୁ ଜାତୀୟ ସ୍ମାରକୀ ଭାବେ ନାମକରଣ କରାଯାଇଛି ଏବଂ ପୂଜ୍ୟ ପୂଜା କରାଯାଉଛି I ଜିଲ୍ଲା ସଂସ୍କୃତି ଅଧିକାରୀ ଜିତେନ ପରିଡ଼ା, ଡେ଼ପୁଟି କଲେକଟର ଶୁଭଶ୍ରୀ ମିଶ୍ର ଅନ୍ୟ ତମ ଅତିଥି ରୂପେ ଯୋଗ ଦେଇ ନିଜ ନିଜ ବକ୍ତବ୍ୟ ରଖିଥିଲେ। ମାନ୍ୟଗଣ୍ୟ ଅତିଥିଗଣ ଉପସ୍ଥିତ ରହି ବ୍ରହ୍ମପୁର ମଣ୍ଡଳ କାରାଗାରରେ ସହୀଦ ଲକ୍ଷ୍ମଣ ନାୟକଙ୍କ ଫଟୋ ଚିତ୍ରରେ ରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ମୃତି ଚାରଣ କରିଥିଲେ lଏହି କାର୍ଯକ୍ରମରେ ଅନ୍ୟତମ ଅତିଥି ଭାବେ ଡେପୁଟି କଲେକ୍ଟର ଶ୍ରୀମତୀ ଶୁଭଶ୍ରୀ ରଥ,ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଜିତେନ୍ କୁମାର ପରିଡ଼ା ,ଜେଲ୍ ସୂପରିଟେଣ୍ଡ ଶ୍ରୀ ବିରେନ୍ଦ୍ର ନାଥ ବାରିକ ଅନ୍ୟ ତମ ଅତିଥି ରୂପେ ଯୋଗ ଦେଇ ନିଜ ନିଜ ବକ୍ତବ୍ୟ ରଖିଥିଲେ ।ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ରବି ନାରୟଣ ବେହେରାଙ୍କ ପ୍ରତ୍ୟେକ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯକ୍ରମରେ ବ୍ରହ୍ମପୁର ମଣ୍ଡଳ କାରାଗାର ର ଜେଲର ଶ୍ରୀ ସତ୍ୟନାରାୟଣ ବେହେରା, ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ରଶ୍ମି ରାଣୀ ନିମାକା ଏବଂ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିଗଣ ଓ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ରହିଥିଲେ l ସୂଚନା ଓ ଲୋକସମ୍ପର୍କ ବିଭାଗର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ