ବେତାରସିଙ୍ଗରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଳକ ଅନ୍ତର୍ଗତ ଗୋଳାବନ୍ଧ ପଞ୍ଚାୟତର ବେତାରସିଙ୍ଗ ଗ୍ରାମର ନିଖିଳ ଉତ୍କଳ ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜ ସଭାଗୃହ ପରିସରରେ ବ୍ରହ୍ମପୁର ରୁବି ଚକ୍ଷୁ ଚିକିତ୍ସାଳୟ ଓ ରୁବି ଭିଜନ୍ ସେଣ୍ଟର ଆନୁକୂଲ୍ୟରେ ନଭେମ୍ବର ୨୪ ତାରିଖ ଦିନ ମାଗଣ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ସଂଯୋଜକ ସନାତନ ବେହେରାଙ୍କ ତତ୍ତ୍ୱାବଧାନରେ ଚକ୍ଷୁ ଚିକିତ୍ସା ଶିବିରରେ ଚକ୍ଷୁ ପରଳ, ମଧୁମେହ ଓ ରକ୍ତଚାପ ଚିକିତ୍ସା ଅନୁଷ୍ଠିତ ହୋଇଥିଲା। ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ମଉନା ଜେନା, ଉମାଶଙ୍କର ଜେନା, ବୁଗୁଡା ବ୍ଲକ ଯୁବ ବିଜେଡି ର ସଭାପତି ଟୁକୁନା ଜେନା ଯୋଗଦେଇ ଚକ୍ଷୁ ପରୀକ୍ଷା ପାଇଁ ଆସିଥିବା ରୋଗୀଙ୍କୁ ଉତ୍ସାହିତ କରିଥିଲେ। ଶିବିରରେ ୩୧ ଜଣଙ୍କ ନାମ ପଞ୍ଜିକୃତ ହୋଇଥିବା ବେଳେ ସେମାନଙ୍କ ଚକ୍ଷୁ ପରୀକ୍ଷା କରାଇବା ସହିତ ରକ୍ତଚାପ ଓ ମଧୁମେହ ମଧ୍ୟ ପରୀକ୍ଷା କରାଯାଇଥିଲା। ଚକ୍ଷୁ ପରୀକ୍ଷା ପରେ ରୋଗୀଙ୍କୁ ଔଷଧ ଦେବା ସହିତ ସେମାନଙ୍କ ମଧ୍ୟରୁ ୨୫ ଜଣ ରୋଗୀଙ୍କ ପରଳ ଚିହ୍ନଟ ହେବା ପରେ ଅସ୍ତ୍ରୋପଚାର ପାଇଁ ବ୍ରହ୍ମପୁର ରୁବି ଚକ୍ଷୁ ହସ୍ପିଟାଲକୁ ନିଆଯାଇଥିଲା। ପ୍ରକାଶ ମହାରଥା, ଯୋଗେନ୍ଦ୍ର ସ୍ବାଇଁ, ସପନ ଭୂୟାଁ, ସନ୍ତୋଷ କୁମାର ଭୂୟାଁ ସମେତ ଗ୍ରାମବାସୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ରୁବି ଚକ୍ଷୁ ହସ୍ପିଟାଲ ପକ୍ଷରୁ ପ୍ରିତମ ପୋଲାଇ, ବର୍ଷାରାଣୀ ବେହେରା, ରାକେଶ ରଞ୍ଜନ ବେହେରା ଚକ୍ଷୁ ପରୀକ୍ଷା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ