ଧାରଣା ସ୍ଥଳରେ ପାଳିଲେ ମାଣ ଓଷା
ଚିତ୍ରକୋଣ୍ଡା, (ବିମଳ କିଶୋରେ ମିଶ୍ର):ଧାରଣା ସ୍ଥଳି ରେ ପାଳିଲେ ଗୁରୁବାର ମାଣ ଓଷା ଅଙ୍ଗନବାଡି କର୍ମୀ।ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ୧୮ଟି ପଂଚାୟତ ଅଙ୍ଗନବାଡି କର୍ମୀମାନେ ୩୨୬ ଜାତୀୟ ରାଜପଥ କଢେ icds ଅଫିସ ସମୁଖ ରେ ନିଜର ଦାବୀ ପୂରଣ ନିମନ୍ତେ ନବେମ୍ବର ୨୧ ତାରିଖ ରୁ ଦିନ ରାତି ଅନଶନ ଆରମ୍ଭ କରିଛନ୍ତି। ସେମାନେ ଘର ଦ୍ୱାର ପରିବାର ଛାଡି ରାଜ ରାସ୍ତାରେ ପଡିରହିଛନ୍ତି।ତେଣୁ ଅନଶନ କରୁଥିବା ହେତୁ ଘରକୁ ନଯାଇ ପାରି ମିଳିତ ଭାବେ ରାଜରାସ୍ତା କଢ଼ ରେ ପାଳିଲେ ଗୁରୁବାର ଓଷା।


