ଓଡିଶା ଆଦର୍ଶ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ଓଡିଶା ଆଦର୍ଶ ବିଦ୍ୟାଳୟରେ ଡିସେମ୍ବର ୭ ଓ ୮ ତାରିଖ ଦୁଇ ଦିନ ଧରି ଚତୁର୍ଥ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପୋଲସରା ବ୍ଲକ ଅଧ୍ୟକ୍ଷା କଳ୍ପନା ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ କ୍ରୀଡା ପତାକା ଉତ୍ତୋଳନ କରି କ୍ରୀଡା ଉତ୍ସବକୁ ଉଦଘାଟନ କରିଥିଲେ। ଉଦଘାଟନୀ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ମାନ୍ୟବର ଶ୍ରମ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସାହାୟକ ନରେନ୍ଦ୍ର କୁମାର ଦେବତା,ଓ ବିଦ୍ୟୁତ ବିଭାଗ ସହକାରୀ ଯନ୍ତ୍ରୀ ବିଶ୍ୱରଂଜନ ମହାପାତ୍ର ଯୋଗଦେଇଥିବା ବେଳେ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ତ୍ରିଲୋଚନ ଷଡଙ୍ଗୀ ଅଧ୍ୟକ୍ଷତା କରିଥିଲେ। ଉଦଯାପନି ଉତ୍ସବରେ ଅଧ୍ୟକ୍ଷ ଶ୍ରୀ ଷଡଙ୍ଗୀ ଅଧ୍ୟକ୍ଷତା କରିଥିବା ବେଳ ମୁଖ୍ୟ ଅତିଥି ଭାବେ ପୋଲସରା ବିଡ଼ିଓ କୈଳାଶ ଚନ୍ଦ୍ର ମୁର୍ମୁ, ସମ୍ମାନିତ ଅତିଥି ଭାବେ ପୋଲସରା ବ୍ଲକ ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡ଼ା, ସମିତି ସଭ୍ୟ କାହ୍ନୁ ଚରଣ ସାହୁ ଓ ସରପଞ୍ଚ ରଶ୍ମିତା ସାହୁ ଯୋଗଦେଇଥିଲେ। ବିଦ୍ୟାଳୟର ଖେଳ ଶିକ୍ଷକ କୃଷ୍ଣ ଚନ୍ଦ୍ର ସାହୁ କ୍ରୀଡ଼ା ପ୍ରତିଯୋଗିତା ପରିଚାଳନା କରିଥିଲର। ଶିକ୍ଷୟିତ୍ରୀ ଶ୍ରାବଣୀ ଦାଶ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ବାର୍ଷିକ କ୍ରୀଡା ପ୍ରତିଯୋଗିତା ରେ ଚମ୍ପିୟାନ ହୋଇଥିବା ସୁରଜ କୁମାର ସାହୁ ଓ ସୋମେଶ ସାହୁ ଦ୍ୱୟଙ୍କ ସମ୍ମାନିତ କରାଯିବ ସହ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ କୃତ୍ତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ବୃନ୍ଦଙ୍କୁ ଅତିଥିମାନେ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। କମ୍ପୁଟର ଶିକ୍ଷକ ସନ୍ତୋଷ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ