ଓଡ଼ିଶା କୃଷକସଭା ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶା କୃଷକ ସଭା ଦିଗପହଣ୍ଡି ବ୍ଲକ କମିଟି ପକ୍ଷରୁ ଗୁରୁବାର ସ୍ଥାନୀୟ ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ସ୍ମାରକ ପତ୍ର ଦିଆଯାଇଛି। ତହସିଲଦାର ଙ୍କ ଅନୁପସ୍ଥିତି ରେ ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ବେହେରା ଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।ଦିଗପହଣ୍ଡି ବ୍ଲକ ର ସମସ୍ତ ପ୍ରାଥମିକ ସେବା ସମବାୟ ସମିତି ମାନଙ୍କରେ ତୁରନ୍ତ ଧାନମଣ୍ଡି ଖୋଲିବା, ଭାଗ ଚାଷୀ ମାନଙ୍କ ଜମି ଚିହ୍ନଟ କରି ସେମାନଙ୍କ ଠାରୁ ସିଧା ସଳଖ ଧାନ କ୍ରୟ କରିବା, ଧାନ କୁଇଣ୍ଟାଲ ପିଛା ୫ ଶହ ଟଙ୍କା ବୋନସ ପ୍ରଦାନ କରିବା, ଫସଲ କ୍ଷତି ଜନିତ ବୀମା ଟଙ୍କା ସମସ୍ତ ଚାଷୀ ଙ୍କୁ ପ୍ରଦାନ କରାଯିବା ସହ ଏନେଇ ରାଜ୍ୟ ସରକାର ଯଦି ତୁରନ୍ତ ପଦକ୍ଷେପ ନନେଲେ ଆଗାମୀ ଦିନରେ ଚାଷୀ ଆନ୍ଦୋଳନ କରାଯିବ ବୋଲି ସ୍ମାରକପତ୍ର ରେ ଉଲ୍ଲେଖ ରହିଛି। ଓଡ଼ିଶା କୃଷକ ସଭାର ଦିଗପହଣ୍ଡି ବ୍ଲକ କମିଟି ସଭାପତି ସୁଶାନ୍ତ କୁମାର ଷଡଙ୍ଗୀ, ସିପିଆଇ(ଏମ) ର ପୂର୍ବତନ ଜିଲା ସମ୍ପାଦକ କୈଳାଶ ଷଡ଼ଙ୍ଗୀ, କାର୍ଯ୍ୟକର୍ତ୍ତା କୁରେଶୁ ପଣ୍ଡା, ପି. ଶିବ ଶଙ୍କର, ବି ଇରେସୁ, ବାସୁ ସାହୁ ପ୍ରମୁଖ ସ୍ମାରକପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।


