କନ୍ଧମାଳ ଏଚ ଡି ଏଫ ସି ବ୍ୟାଙ୍କ ତରଫରୁ ରକ୍ତଦାନ ଶିବିର

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ରକ୍ତ ଦାନ ମହତ ଦାନ ପୂଣ୍ୟର ଦାନ। ରକ୍ତ ଅଭାବରୁ ରାଜ୍ୟରେ ତଥା ଦେଶରେ ଅନେକ ରୋଗୀ ମୃତ୍ୟୁ ବରଣ କରୁଛନ୍ତି। ଏଣୁ ଏହି ଅଭାବୀ ପରିସ୍ଥିତି କୁ ଦୃଷ୍ଟିରେ ରଖି ଶୁକ୍ରବାର ଦିନ ଏଚଡିଏଫସି (HDFC) ବ୍ୟାଙ୍କ ତରଫରୁ ସର୍ବଭାରତୀୟ ସ୍ତରରେ ରକ୍ତ ଦାନ ଶିବିର ଆୟୋଜିତ କରାଯାଇଥିଲା।ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ଫୁଲବାଣୀରେ ମଧ୍ୟ ଆୟୋଜନ ହୋଇଥିଲା l ଏହି ଶିବିରରେ ମୂଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲା କୋର୍ଟ କ୍ରିମିନାଲ ମାଜିଷ୍ଟ୍ରେଟ ଭାସ୍କର ଚନ୍ଦ୍ର ସାହୁ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଶିବିର ରେ ବ୍ୟାଙ୍କ କର୍ମଚାରୀ ସୁମିତ ଦାସ, ନୀତିଶ ଭଦ୍ରl , ଗଣେଶ ସାହୁ, ସୁନାପାଣି ବେହେରା, ଅଜିତ ପଣ୍ଡା, ବିକାଶ ପ୍ରଧାନ, ସୁଶୀଲ କହଁର , ବିକାଶ ପାଣ୍ଡେ, ବର୍ଷାରାଣୀ ପଟ୍ଟନାୟକ, ଜିଲ୍ଲା ଶିଳ୍ପ ତାଲିମ କେନ୍ଦ୍ର ର ପ୍ରଶାନ୍ତ ମିଶ୍ର ଏବଂ କିଛି ଛାତ୍ର ଛାତ୍ରୀ ଙ୍କ ସମେତ ଫୁଲବାଣୀ ର କିଛି ଯୁବକ ଏଠାରେ ରକ୍ତଦାନ କରିଥିଲେ l ରକ୍ତ ଭଣ୍ଡାର ର କର୍ମଚାରୀ ଡାକ୍ତର ଜୟଦୀପ ଘୋଷ, ଦିନକୃଷ୍ଣ ମହନ୍ତ, ପ୍ରଶାନ୍ତ ରତ୍ନାଳୁ , ବରୁଣ ବେହେରା ଏବଂ ରକ୍ତ ପ୍ରୋତ୍ସାହନ କାରି ଭି. ଲୋକନାଥ ରାଜୁ ସମ୍ପୂର୍ଣ୍ଣ ଉପସ୍ଥିତ ରହି ସହଯୋଗ କରିଥିଲେ l ଶାଖା ପରିଚାଳକ ସନ୍ତୋଷ ନନ୍ଦ ଏବଂ ବ୍ରାଞ୍ଚ ଅପରେସନ ମ୍ୟାନେଜର ଦିପ୍ତି ପ୍ରସାଦ ରଥ ଙ୍କ ତତ୍ୱlବଧାନ ରେ ଏହି ଶିବିରରେ ୫୦ ୟୁନିଟ ରକ୍ତ ସଂଗ୍ରହ ହୋଇପାରିଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ